Saturday, October 10, 2026
27.9 C
Odisha

    ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି: ୨୧ ମୃତ, ୮୩ ଆହତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଗୋଟିଏ ପଟେ ଯୁଦ୍ଧ ବିରତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ସହିତ ଆଲୋଚନା ଜାରି ରଖିଥିବାବେଳେ ଅନ୍ୟପଟେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିବାରେ ଲାଗିଛି। ଆଜି ରୁଷ ପକ୍ଷରୁ ୟୁକ୍ରେନର ସୁମି ସହର ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଯାହାଫଳରେ ୨୧ ଜଣଙ୍କ ପ୍ରାଣହାନି ଘଟିଛି। ଏହି ଆକ୍ରମଣରେ ଅନ୍ୟ ୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଆକ୍ରମଣ ସମୟର ଏକ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସାରା ବିଶ୍ଵର ରୁଷର ଏଭଳି କାର୍ଯ୍ୟର ଜବାବ ଦେବାକୁ ଜେଲେନ୍‌ସ୍କି ଅନୁରୋଧ କରିଛନ୍ତି। ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ସୁମି ସହରର କେନ୍ଦ୍ର ସ୍ଥଳରେ ଲୋକଙ୍କ ଭିଡ଼ ରହିଥିବା ସମୟରେ ରୁଷ ବାଲିଷ୍ଟିକ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରିଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ଶିଶୁ ରହିଛନ୍ତି। ଏଥିରେ ଅନେକ କାର ଜଳିପୋଡ଼ି ନଷ୍ଟ ହୋଇଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ