Tuesday, May 26, 2026
35.2 C
Odisha

    ବଜାରରୁ ତରଭୁଜ କିଣୁଛନ୍ତି କି? ଜାଣନ୍ତୁ ମିଠା ତରଭୁଜ ଚିହ୍ନିବାର ୩ଟି ସହଜ ଉପାୟ!

    ଆଗକୁ ପଢନ୍ତୁ

    ଖରାଦିନେ ତରଭୁଜ ଖାଇବାକୁ କାହାକୁ ବା ଭଲ ଲାଗେନାହିଁ । ଖରାଦିନ ଆସିଲେ ବଜାରରେ ପ୍ରଚୁର ପରିମାଣରେ ମିଠା ଓ ରସାଳ ତରଭୁଜ ଦେଖିବାକୁ ମିଳେ। ଏହା କେବଳ ଶରୀରକୁ ଥଣ୍ଡା ରଖେ ନାହିଁ, ବରଂ ଜଳୀୟ ଅଂଶ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ। କିନ୍ତୁ ଅନେକ ସମୟରେ ଆମେ ବାହାରୁ ଦେଖି ତରଭୁଜ କିଣି ଆଣନ୍ତି, ଯାହା ଭିତରୁ କଞ୍ଚା ବା କମ ମିଠା ବାହାରିଥାଏ। ତେବେ ଏଭଳି ପରିସ୍ଥିତିରେ ଆପଣ କିଛି ସରଳ ଟିପ୍ସ ଆପଣାଇ ମିଠା ତଥା ରସାଳ ତରଭୁଜ ବାଛିପାରିବେ ।

    ଏଥିପାଇଁ ଏଠାରେ କିଛି ସହଜ ଟିପ୍ସ ଦିଆଯାଇଛି

    ୧. ତରଭୁଜର ତଳ ଭାଗ ଦେଖନ୍ତୁ : ତରଭୁଜ କିଣିବା ସମୟରେ ଏହାର ନିମ୍ନ ଭାଗକୁ ଭଲ ଭାବରେ ଯାଞ୍ଚ କରନ୍ତୁ। ଯଦି ଏହି ଅଂଶଟି ଗାଢ଼ ରଙ୍ଗର ଦେଖାଯାଉଥାଏ, ତେବେ ଜାଣିବେ ଯେ ଫଳଟି ଭଲ ଭାବରେ ପାଚିଛି। ଯଦି ଏହାର ରଙ୍ଗ ହାଲୁକା ଥାଏ, ତେବେ ଏହା କଞ୍ଚା ହୋଇଥାଇପାରେ।

    . ରଙ୍ଗ ଓ ଚୋପା ଉପରେ ଧ୍ୟାନ ଦିଅନ୍ତୁ  : ପାଚିଲା ତରଭୁଜ ସାଧାରଣତଃ ହାଲୁକା ହଳଦିଆ ରଙ୍ଗର ହୋଇଥାଏ ଏବଂ ଏହା ଉପରେ ସବୁଜ ରଙ୍ଗର ଗାର ବା ଧାରି ରହିଥାଏ। ଯଦି ପୂରା ଫଳଟି ସବୁଜ ଦେଖାଯାଉଛି, ତେବେ ତାହା କଞ୍ଚା ହେବାର ସମ୍ଭାବନା ଅଧିକ। ଏଥିସହିତ, ତରଭୁଜରୁ ଏକ ମିଠା ବାସ୍ନା ଆସୁଥିଲେ ତାହା ଭଲ ବୋଲି ଜାଣିବେ।

     

     

    ୩. ଓଜନରୁ ଜାଣନ୍ତୁ  : ତରଭୁଜଟି ହାତରେ ଧରିଲେ ଯଦି ଏହା ନିଜ ଆକାର ଅନୁସାରେ ହାଲୁକା ଲାଗୁଥାଏ, ତେବେ ଏହା ଅଧିକ ମିଠା ଏବଂ ରସାଳ ହୋଇଥାଏ। ଅଧିକ ଓଜନିଆ ତରଭୁଜରେ ମଞ୍ଜି ବେଶୀ ଏବଂ ମିଠା କମ୍ ହୋଇପାରେ। ତରଭୁଜଟି ଅଧିକ ନରମ ବା ଚିପୁଡି ହୋଇଗଲା ଭଳି ଲାଗୁଥିଲେ ତାହା କିଣନ୍ତୁ ନାହିଁ, କାରଣ ଏହା ଖରାପ ହୋଇଥାଇପାରେ।

    ୪. ସାଇତି ରଖିବାର ସଠିକ ଉପାୟ :

    ପୂରା ଫଳ: ଯଦି ଆପଣ ତରଭୁଜ କାଟି ନାହାନ୍ତି, ତେବେ ଏହାକୁ ସାଧାରଣ ତାପମାତ୍ରାରେ ରଖନ୍ତୁ।

    କଟା ଫଳ: ଯଦି ତରଭୁଜ କାଟି ସାରିଛନ୍ତି, ତେବେ ଏହାର ବାକି ଅଂଶକୁ ଛୋଟ ଖଣ୍ଡ କରି ଏକ ଏୟାରଟାଇଟ୍ କଣ୍ଟେନରରେ ରଖି ଫ୍ରିଜରେ ରଖନ୍ତୁ।

    ଅନ୍ୟ ଫଳଠାରୁ ଦୂରେଇ ରଖନ୍ତୁ: ତରଭୁଜର ବାସ୍ନା ଖୁବ କଡ଼ା ହୋଇଥାଏ, ତେଣୁ ଏହାକୁ ଅନ୍ୟ ପନିପରିବା ବା ଫଳ ସହିତ ରଖନ୍ତୁ ନାହିଁ, ନଚେତ ଅନ୍ୟ ଜିନିଷର ସ୍ୱାଦ ବଦଳି ଯାଇପାରେ।

    ତରଭୁଜ ମଞ୍ଜିକୁ ଫିଙ୍ଗି ନ ଦେଇ, ଏହାକୁ ଧୋଇ ଶୁଖାଇ ରଖନ୍ତୁ। ଏହାକୁ ଆପଣ ବିଭିନ୍ନ ଖାଦ୍ୟ ବା ମିଠା ପ୍ରସ୍ତୁତିରେ ବ୍ୟବହାର କରିପାରିବେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    29 %
    1.1kmh
    8 %
    Tue
    44 °
    Wed
    45 °
    Thu
    46 °
    Fri
    44 °
    Sat
    43 °

    ସମ୍ବନ୍ଧିତ