Thursday, September 10, 2026
24.1 C
Odisha

    ବଞ୍ଚିତ ବର୍ଗର ନବଦମ୍ପତିଙ୍କ ପାଇଁ ଗଣବିବାହ ଆୟୋଜନ

    ଆଗକୁ ପଢନ୍ତୁ

    ମୁମ୍ବାଇ : ଅମ୍ବାନୀ ପରିବାର ପକ୍ଷରୁ ରାଧିକା ମର୍ଚାଣ୍ଟଙ୍କ ସହ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବର ଶୁଭାରମ୍ଭ ସ୍ୱରୂପ ମୁମ୍ବାଇଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପାଲଘର ଅଞ୍ଚଳର ବଞ୍ଚିତ ବର୍ଗର ୫୦ରୁ ଅଧିକ ନବଦମ୍ପତିଙ୍କ ପାଇଁ ଏକ ଗଣବିବାହ ଆୟୋଜନ କରାଯାଇଛି । ନଭିମୁମ୍ବାଇ ସ୍ଥିତ ରିଲାଏନ୍ସ କର୍ପୋରେଟ୍ ପାର୍କରେ ଅନୁଷ୍ଠିତ ଏହି ଗଣବିବାହ କାର୍ଯ୍ୟକ୍ରମରେ ନବଦମ୍ପତିଙ୍କ ପରିବାରର ପ୍ରାୟ ୮୦୦ ପ୍ରତିନିଧି ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରୁ ଆରମ୍ଭ କରି ଅମ୍ବାନୀ ପରିବାର ଆଗାମୀ ବିବାହ ଋତୁଗୁଡିକରେ ସାରା ଦେଶରେ ଏହିପରି ଶହ ଶହ ବିବାହକୁ ସହାୟତା ଜାରି ରଖିବା ନେଇ ପ୍ରତିଶୃତି ଦେଇଥିଲେ।ଅମ୍ବାନୀ ପରିବାର କାଳଜୟୀ ଭାରତୀୟ ଉକ୍ତି, “ମାନବ ସେବା ହିଁ ମାଧବ ସେବା” ର ଅନୁସରଣ କରିଥାଏ। ଏହି ନୀତି​ ଅନୁଯାୟୀ, ସେମାନଙ୍କର ପ୍ରତିଟି ପ୍ରମୁଖ ପାରିବାରିକ ଉତ୍ସବ ଅନ୍ୟମାନଙ୍କ ସେବା ଓ ସହାୟତାରୁ ଆରମ୍ଭ କରିବା ପରମ୍ପରା ରହିଛି ଯାହା ସମାଜ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ନିତା ଅମ୍ବାନୀ ଓ ଶ୍ରୀ ମୁକେଶ ଅମ୍ବାନୀ ପରିବାର ସଦସ୍ୟଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନବଦମ୍ପତିଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇ ଶୁଭ ଉତ୍ସବରେ ଯୋଡିହୋଇଥିଲେ।ଶୁଭେଚ୍ଛା ସ୍ୱରୂପ ପ୍ରତ୍ୟେକ ଦମ୍ପତିଙ୍କୁ ମଙ୍ଗଳସୂତ୍ର, ବିବାହ ମୁଦି ଓ ନାକ ରିଙ୍ଗ ସମେତ ବିଭିନ୍ନ ସୁନା ଅଳଙ୍କାର ଏବଂ ଗୋଡ ମୁଦି ଓ ପାଉଁଜି ଭଳି ବିଭିନ୍ନ ରୂପା ଅଳଙ୍କାର ପ୍ରଦାନ କରାଯାଇଥିଲା। ଏଥିସହ ପ୍ରତ୍ୟେକ ନବବଧୂଙ୍କୁ ସ୍ତ୍ରୀଧନ ଭାବରେ ଏକ ଲକ୍ଷ ଏକ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଦମ୍ପତିଙ୍କୁ ଏକ ବର୍ଷ ପାଇଁ ଗ୍ରୋସରୀ, ଖାଦ୍ୟ ସାମଗ୍ରୀ, ଘରକରଣା ସାମଗ୍ରୀ ସହିତ ବାସନକୁସନ, ଗ୍ୟାସ୍ ଚୁଲା, ମିକ୍ସର୍, ଫ୍ୟାନ୍, ଗଦି ଏବଂ ତକିଆ ସମେତ ୩୬ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଥିଲା।ଏହି ବିବାହ ଉତ୍ସବରେ ବର ଏବଂ କନ୍ୟାଙ୍କ ପରିବାର ସଦସ୍ୟ, ସ୍ଥାନୀୟ ସାମାଜିକ କର୍ମୀ ଏବଂ ସମ୍ପ୍ରଦାୟର ସଦସ୍ୟଙ୍କ ସମେତ ୮୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ l ସମାରୋହ ପରେ ସମସ୍ତ ଉପସ୍ଥିତ ଲୋକଙ୍କ ପାଇଁ ଆୟୋଜିତ ଭବ୍ୟ ରାତ୍ରିଭୋଜନ ଏହି ଉତ୍ସବ ଏବଂ ଏକତାର ଭାବନାକୁ ପ୍ରତିଫଳିତ କରିଥିଲା ସନ୍ଧ୍ୟାରେ ଏକ ସମୃଦ୍ଧ ସାଂସ୍କୃତିକ ଅନୁଭୂତି ଯୋଗ କରି ୱାର୍ଲି ଜନଜାତି ଦ୍ୱାରା ପ୍ରଦର୍ଶିତ ପାରମ୍ପରିକ ତରପା ନୃତ୍ୟ ଉପଭୋଗ କରିବା ପାଇଁ ଉପସ୍ଥିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା l ଅମ୍ବାନୀ ପରିବାରର ଏହି ପଦକ୍ଷେପ କେବଳ ଦମ୍ପତିଙ୍କ ମିଳନକୁ ପାଳନ କରିନଥିଲା ବରଂ ସାମାଜିକ କଲ୍ୟାଣ ତଥା ସମୁଦାୟକୁ ସମର୍ଥନ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଇଥିଲା lଏହିପରି ଭାବରେ, ଅମ୍ବାନୀ ପରିବାର ମଧ୍ୟ ସେମାନଙ୍କର ଖୁସି ଏବଂ ଆନନ୍ଦକୁ ବୃହତ ସମୁଦାୟ ସହିତ ପାଳନ କରିପାରିବା ସହ ସେମାନଙ୍କ ଆଶୀର୍ବାଦ କାମନା କରିବାରେ ସକ୍ଷମ ହୋଇଛନ୍ତି।ଅତୀତରେ ପରିବାରରେ ବିବାହ ଉତ୍ସବରେ ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ନିକଟବର୍ତ୍ତୀ ସମୁଦାୟ ପାଇଁ ତଥା ଏନଜିଓମାନଙ୍କ ସହାୟତାରେ ଅନ୍ନ ସେବା ଆୟୋଜନ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    96 %
    1.4kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ