Saturday, September 19, 2026
24.7 C
Odisha

    ବଢୁଛି ଗୁଗଲ୍‌ରେ ବିଜ୍ଞାପନ ଦେବା ଖର୍ଚ୍ଚ, ବିଜେପି ବ୍ୟୟ କଲାଣି ୧୦୦ କୋଟି

    ଆଗକୁ ପଢନ୍ତୁ

    ରାଜନୈତିକ ଦଳଗୁଡିକ ପ୍ରଚାରପ୍ରସାର ପାଇଁ ଅନ୍‌ଲାଇନକୁ ବେଶୀ ଗୁରୁତ୍ବ ଦେଉଛନ୍ତି। ଏହା ଶୀଘ୍ର ଲୋକଙ୍କ ଗହଣରେ ମଧ୍ୟ ପହଞ୍ଚି ପାରୁଛି। ସାମାଜିକ ମାଧ୍ୟମରେ ଲୋକେ ଅନେକ ସମୟରେ ସକ୍ରିୟ ରହୁଥିବାରୁ ଦଳଗୁଡିକ ଏହାକୁ ବ୍ୟବହାର କରୁଛନ୍ତି। ଗତ କିଛି ବର୍ଷ ହେଲା ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ପ୍ରଚାର ବୃଦ୍ଧି ପାଇଛି। ଏହି କ୍ଷେତ୍ରରେ ବିଜେପି ଆଗରେ ଅଛି। ଗତ ୬ ବର୍ଷ (୨୦୧୮ ମେ’ରୁ ୨୦୨୪ ଏପ୍ରିଲ ୨୧ ମଧ୍ୟରେ)ବିଜ୍ଞାପନ ପାଇଁ ଗୁଗଲକୁ ୩୯୦ କୋଟି ଟଙ୍କା ଦିଆଯାଇଛି। ଏହା ମଧ୍ୟରୁ ସର୍ବାଧିକ ୨୬ ଭାଗ ବିଜେପିର ରହିଛି। ଏହି ଦଳ ସର୍ଚ୍ଚ ଇଞ୍ଜିନ ଗୁଗଲ ଏବଂ ଏହାର ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି।

    ଡିଜିଟାଲ ପ୍ରଚାରରେ ବିଜେପି କରିଥିବା ଖର୍ଚ୍ଚ କଂଗ୍ରେସସ, ଡିଏମକେ ଏବଂ ରାଜନୀତିକ ପରାମର୍ଶଦାତା କମ୍ପାନୀ ଇଣ୍ଡିଆଲ ପଲିଟିକାଲ ଆକ୍ସନ କମିଟିର ବିଜ୍ଞାପନ ସହ ସମାନ ରହିଛି। ଗତ ୬ ବର୍ଷରେ ଗୁଗଲ ୨,୧୭,୯୯୨ ବିଜ୍ଞାପନ ପ୍ରକାଶ କରିଛି। ଏଥିରେ ବିଜେପିର ୭୩ ପ୍ରତିଶତ ଅର୍ଥାତ ୧,୬୧,୦୦୦ ବିଜ୍ଞାପନ ସାମିଲ ରହିଛି। ବିଜେପି ନିଜର ଅଧିକାଂଶ ବିଜ୍ଞାପନରେ କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀବାସୀଙ୍କୁ ଲକ୍ଷ୍ୟ ରଖି ବନାଇଛି। କର୍ଣ୍ଣାଟକ ପାଇଁ ୧୦.୮ କୋଟି, ଉତ୍ତର ପ୍ରଦେଶ ପାଇଁ ୧୦.୩ କୋଟି, ରାଜସ୍ଥାନ ପାଇଁ ୮.୫ କୋଟି ଓ ଦିଲ୍ଲୀ ପାଇଁ ଦଳ ୭.୬ କୋଟି ଟଙ୍କା ଖର୍ଚ୍ଚ କରିଛି। ଅନ୍ୟପକ୍ଷରେ ୬ ବର୍ଷ ମଧ୍ୟରେ କଂଗ୍ରେସ କେବଳ ୫,୯୯୨ଟି ଅନ୍‌ଲାଇନ ବିଜ୍ଞାପନ ଦେଇଛି। ଏହା ବିଜେପି ତୁଳନାରେ ୩.୭%। କଂଗ୍ରେସର ଅଧିକାଂଶ ପ୍ରଚାର କର୍ଣ୍ଣାଟକା ଓ ତେଲଙ୍ଗାନା ଉପରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    88 %
    0.7kmh
    100 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ