Saturday, July 27, 2024
24.5 C
Odisha

    ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ର ଛାଡ଼ିଲେ ଦଳ

    ଆଗକୁ ପଢନ୍ତୁ

    ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ତା’ପରେ ଜୁନ ୪ରେ ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପର୍ଯ୍ୟାୟକ୍ରମେ ନିଜର ନିଜର ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ କିଛି ନେତା ଦଳ ବଦଳ କରୁଥିବା ଦେଖାଯାଉଛି ।

    ତେବେ ଏହା ମଧ୍ୟରେ ରାଜ୍ୟ ବିଜେପିରୁ ଆସିଛି ଏକ ବଡ଼ ଖବର । ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ର ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳରେ ଜଣେ ନିଷ୍ଠାପର କର୍ମୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିଲେ । ମାତ୍ର ତାଙ୍କୁ କ୍ରମାଗତ ଭାବେ ଅଣଦେଖା ଓ ଅବହେଳା କରାଯାଉଥିବାରୁ ସେ ଦଳ ଛାଡ଼ୁଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ସୁଶାନ୍ତ ତାଙ୍କର ଇସ୍ତଫା ପତ୍ରକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ