Saturday, October 10, 2026
22.4 C
Odisha

    ମୋ ବସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ: ଶିଶୁ ଓ ମହିଳାଙ୍କ ସମେତ ୧୬ ଯାତ୍ରୀ ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ଖୋର୍ଦ୍ଧା: ରାଜ୍ୟର ପ୍ରମୁଖ ସହରରେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ଥିବା ପରିବହନ ବ୍ୟବସ୍ଥାର ଅନ୍ୟତମ ମାଧ୍ୟମ ‘ମୋ ବସ୍‌’ ସେବାରେ ପୁଣି ତ୍ରୁଟି ଦେଖାଯାଇଛି। ଡ୍ରାଇଭରଙ୍କ ଅବହେଳା କାରଣରୁ ଖୋର୍ଦ୍ଧାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧୀନ ପିତାପଲ୍ଲୀ ଛକ ନିକଟରେ ଶନିବାର ଅପରାହ୍‌ଣ ପ୍ରାୟ ସାଢ଼େ ୧ଟାରେ ମୋ ବସ୍‌ ନାଳକୁ ଖସିପଡ଼ିଛି। ସାମ୍ନାପାଟରୁ ଏକ ଅଟୋ ଅଚାନକ ଆସିଯିବାରୁ ବସ୍‌ଟି ନାଳକୁ ଅଚାନକ ବସ୍‌ଟି ଖସିବା କାରଣରୁ ଏଥିରେ ଥିବା ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି। ଆହତମାନେ ହେଲେ ଅବ ବକ୍କର ଖାନ, ବିଦ୍ୟାଧର ବିଶ୍ବାଳ, ମଂଜୁଳତା ସାହୁ, ଜଗନ୍ନାଥ ସାମଲ, ଲକ୍ଷ୍ମୀପ୍ରିୟା, ରୀତାଞ୍ଜଳି ପଣ୍ଡା, ମନୋରଂଜନ ସାହୁ, ଅଶୋକ ମହାରାଣା, ପ୍ରସନ୍ନ ସାହୁ, କାଶୀନାଥ ପଣ୍ଡା, ଶୈଳବାଳା ସାହୁ, ଦାଶରଥୀ ସେଠୀ, କେ ରାମକୃଷ୍ଣ ଦୋରା, ସଂଯୁକ୍ତା ନାୟକ, ‌ଲୋକି ପ୍ରଧାନ ଓ ବଂଶୀଧର ବେହେରା।

    ମିଳିଥିବା ସୂଚନା ମୁତାବକ, ମୋ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ତେବେ ଭାରସାମ୍ୟ ହରାଇ ବସଟି ପିତାପଲ୍ଲୀ ନିକଟରେ ନାଳକୁ ଖସିପଡ଼ିଥିଲା। ବସ୍‌ଟି ଦୁର୍ଘଟରାର ସମ୍ମୁଖୀନ ହେବା କାରଣରୁ ୧୬ ଜଣ ଯାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରସ୍ଥିତ ରାଜଧାନୀ ଚିକିତ୍ସାଳୟ ଓ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।

    ସୂଚନାଯୋଗ୍ୟ, ମୋ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ସମୟରେ ଏଭିଳ ଅଘଟଣ ଘଟିଛି।  ନିକଟରେ ଭୁବନେଶ୍ବରରେ ‘ମୋ ବସ୍’ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି କ୍ଷତିଗ୍ରସ୍ତ ହୋଇଥିଲା। ଅଟୋଟି ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଯାତ୍ରୀମାନେ ଅଟୋରୁ ଓହ୍ଲାଇ ପଡ଼ିଥିଲେ। ଗତ ଫେବ୍ରୁଆରି ୪ ତାରିଖ ଦିନ ରାତି ୮ଟା ସମୟରେ ଶିଖରଚଣ୍ଡୀ ବିହାର ନିକଟରେ ଜଣେ ପଥଚାରୀଙ୍କୁ ମୋ ବସ୍‌ ଧକ୍କା ଦେଇଥିଲା। ସେହି ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ବସ୍‌ ଭଙ୍ଗାରୁଜା କରିଥିଲେ। ଗତ ଜାନୁଆରି ୧୬ ତାରିଖ ଦିନ ଏକ କାର ସହିତ ‘ମୋ ବସ୍’ ଧକ୍କା ହୋଇଥିଲା। ବାରଙ୍ଗ ଥାନା ପୁଲିସ ଉଭୟ କାର୍ ସମେତ ବସ୍‌କୁ ଜବତ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ