Thursday, May 14, 2026
25.7 C
Odisha

    ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ, ଗଣମାଧ୍ୟମରେ ବକ୍ତବ୍ୟ ନ ରଖିବାକୁ ଅନୁରୋଧ କଲେ ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ କେତେକ ବରିଷ୍ଠ ନେତା ନବୀନ ନିବସରେ ପହଞ୍ଚି ଆଲୋଚନା କରିଥିବା ଜଣାଯାଇଛି। ପ୍ରାୟ ଦେଢ ଘଣ୍ଟା ଧରି ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି ନବୀନ। ଦଳରେ ଶୃଙ୍ଖଳା ବଜାୟ ରଖିବାକୁ ନେତାମାନଙ୍କୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିବା ଜଣାଯାଇଛି।
    ଏପରିକି ଗଣମାଧ୍ୟମରେ ବକ୍ତବ୍ୟ ନ ରଖିବାକୁ  ନେତାଙ୍କୁ ବି ସେ ଅନୁରୋଧ କରିଛନ୍ତି। ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରତାପ ଦେବ, ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ସିଂହଦେଓ ଓ ବବି ଦାସ ପ୍ରମୁଖ ବିଜେଡି ସଭାପତିଙ୍କ ସହ ଆଲୋଚନା କରି ବାହାରିଛନ୍ତି।ତେଣେ ଶଙ୍ଖ ଭବନରେ ଏକାଠି ହୋଇଛନ୍ତି ସମ୍ବିତ ରାଉତରାୟ ଓ ପ୍ରଣବ ବଲବନ୍ତରାୟଙ୍କ ସମେତ ଅନ୍ୟ କିଛି ପୂର୍ବତନ ଯୁବ ବିଧାୟକ। ରାଜ୍ୟସଭାରେ ଓ୍ବାକଫ୍ ବିଲ ପ୍ରସଙ୍ଗରେ ଲୋକଙ୍କ ପାଖରେ ଦଳ ବିଶ୍ୱାସନୀୟତା ହରାଉଛି ଓ ନେତାମାନେ ପରସ୍ପର ବିରୋଧୀ ମନ୍ତବ୍ୟ ଦେବା ଦଳକୁ ଭାରି ପଡୁଛି। ବିଶୃଖଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଦାବି କରି ସେମାନେ ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଦଳର ସମନ୍ୱୟ କମିଟ ଆବାହକ ଦେବୀ ମିଶ୍ରଙ୍କୁ ପ୍ରଦାନ କରିବେ ବୋଲି ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    81 %
    2.7kmh
    86 %
    Wed
    26 °
    Thu
    42 °
    Fri
    43 °
    Sat
    43 °
    Sun
    44 °

    ସମ୍ବନ୍ଧିତ