Friday, July 10, 2026
25.6 C
Odisha

    ରାଜଧାନୀରେ ରାସ୍ତା ଉପରେ ହାଇଓ୍ବେ ହରର, କାରକୁ ଘୋଷାଡ଼ି ନେଲା ହାଇଓ୍ବା ଟ୍ରକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର :  ରାଜଧାନୀ ଭୁବନେଶ୍ୱରରେ ରାସ୍ତା ଉପରେ ହାଇଓ୍ବେ ହରର । କାରକୁ ଘୋଷାଡ଼ି ନେଲା ହାଇଓ୍ବା ଟ୍ରକ । ଏନ୍ ଏଚ ୧୬ ଉପରେ ଘଟିଛି ଛାତିଥରା ଦୃଶ୍ୟ । ବିଳମ୍ବିତ ରାତିରେ ଘଟିଛି ଘଟଣା । ମଞ୍ଚେଶ୍ୱରରୁ ପାହାଳ ଆଡ଼କୁ ଯାଉଥିବା ଏକ ହାଇଓ୍ବା ଟ୍ରକ ଖେଳାଇଛି ଆତଙ୍କ। ଏକ କାରରେ ପରିବାର ଲୋକ ଯାଉଥିଲେ । କାରକୁ ଧକ୍କା ଦେଇ ଘୋଷାଡି ନେଇଥିଲା ହାଇଓ୍ବା ଟ୍ରକ । ଦାଦା ଝିଆରି କାରରେ ଥିବା ବେଳେ ଦ୍ରୁତ ବେଗରେ ରାସ୍ତା ଉପରେ ଘୋଷାଡି ନେଇଛି ହାଇଓ୍ବା ଟ୍ରକ। ଯାହାର ଦୃଶ୍ୟ ଅତ୍ୟନ୍ତ ଭୟାନକ ।

    ଏଭଳି ଦେଖିବାକୁ ମିଳିଛି ମଞ୍ଚେଶ୍ବର ଗଙ୍ଗୁଆ ବ୍ରିଜ ଉପରେ। କାରଟିକୁ ହାଇଓ୍ବା ପାଖାପାଖି ୬୦୦ମିଟର ଘୋଷାଡି ନେଇ ଦ୍ରୁତ ବେଗରେ ଖସିଯାଉଛି। ଘଟଣା ପରେ ପିସିଆର ଟିମ୍ ଟ୍ରକକୁ ପିଛା କରି ପାହାଳ ନିକଟରେ ବ୍ଲକିଂ ଓ ଜାମ ଭଳି ସ୍ଥିତି ସୃଷ୍ଟି କରି ଅଭିଯୁକ୍ତ ଡ୍ରାଇଭର ସହ ଟ୍ରକକୁ ଗିରଫ କରାଯାଇଛି। କାରରେ ଥିବା ଦାଦା ସୁବ୍ରତ ପଟ୍ଟନାୟକ ଓ ଝିଆରି ଆଦ୍ୟାଶା ଆହାତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ଅଭିଯୁକ୍ତ ଡ୍ରାଇଭର ଜଗମୋହନ ଭୁକ୍ତାକୁ ଗିରଫ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    2.4kmh
    100 %
    Thu
    25 °
    Fri
    30 °
    Sat
    27 °
    Sun
    28 °
    Mon
    29 °

    ସମ୍ବନ୍ଧିତ