Friday, July 10, 2026
25.6 C
Odisha

    ଆଜିଠୁ ରାଜ୍ୟରେ SIR ଅଭିଯାନ, ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରିବେ ବିଏଲଓ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଆଜିଠୁ ରାଜ୍ୟରେ SIR ଅଭିଯାନ। ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରିବେ ବିଏଲଓ ।  ଏହି ପ୍ରକ୍ରିୟାରେ ସାମିଲ ହେବେ ରାଜ୍ୟର ୩ କୋଟି ୩୩ ଲକ୍ଷରୁ ଅଧିକ ଭୋଟର ।  ତଥ୍ୟ ସଂଗ୍ରହ ମେ’ ୩୦ରୁ ଜୁନ ୨୮ ଯାଏଁ ଚାଲିବ । ଜୁଲାଇରେ ଡ୍ରାଫ୍ଟ ଭୋଟର ତାଲିକା ଏବଂ ଅକ୍ଟୋବରରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ।  ଏସଆଇଆର ପାଇଁ ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିଛନ୍ତି ।  ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଆଜିଠୁ ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା SIR ଅଭିଯାନ। ରାଜ୍ୟର ପ୍ରାୟ ୩ କୋଟି ୩୩ଲକ୍ଷ ୯୯ ହଜାର ପଞ୍ଜୀକୃତ ଭୋଟରଙ୍କ ତଥ୍ୟ ଯାଞ୍ଚ କରାଯିବ। ୪୫ ହଜାର୨୫୫ ଜଣ ପ୍ରଶିକ୍ଷିତ ବୁଥ୍ ଲେଭଲ୍ ଅଫିସର ଘରକୁ ଘର ବୁଲି ଯାଞ୍ଚ କରିବେ । BLO ମାନେ ପ୍ରତି ଭୋଟରଙ୍କୁ ଦୁଇଟି ଲେଖାଏଁ ‘ଏନୁମେରେସନ ଫର୍ମ’ ଦେବେ ।

    ଭୋଟର ସେହି ଫର୍ମରେ ନିଜର ବ୍ୟକ୍ତିଗତ ତଥ୍ୟ, ପରିବାରର ବିବରଣୀ ଏବଂ ୨୦୦୨ ଭୋଟର ତାଲିକାର ସୂଚନା ସଠିକ୍ ଭାବେ ପୂରଣ କରିବେ । ପୂରଣ ହୋଇଥିବା ଫର୍ମର ଗୋଟିଏ କପି BLO ଙ୍କୁ ଦେବେ ।  ଫର୍ମ ସଂଗ୍ରହ ପାଇଁ BLO ମାନେ ପ୍ରତିଦିନ ଅପରାହ୍ନ ୩ଟାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ନିଜ ନିଜ ମତଦାନ କେନ୍ଦ୍ରରେ ଉପଲବ୍ଧ ରହିବେ । ଏହି ସଂପୂର୍ଣ୍ଣ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ ହେବ । ଡ୍ରାଫ୍ଟ ଭୋଟର ତାଲିକା ୨୦୨୬ ଜୁଲାଇ ୫ରେ ପ୍ରକାଶ ପାଇବ । ଆପତ୍ତି ଓ ଅଭିଯୋଗ ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ କରିପାରିବେ ଭୋଟର । ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର ୬ରେ ପ୍ରକାଶ ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    2.4kmh
    100 %
    Thu
    25 °
    Fri
    30 °
    Sat
    27 °
    Sun
    28 °
    Mon
    29 °

    ସମ୍ବନ୍ଧିତ