Tuesday, May 12, 2026
38.8 C
Odisha

    ବାଂଲାଦେଶରେ ପୁଣି ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ, ସେନା ଡାକିଲେ ୟୁନୁସ୍

    ଆଗକୁ ପଢନ୍ତୁ

    ଢାକା : ବାଂଲାଦେଶରେ ପୁଣି ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି ଓ ବିକ୍ଷୋଭ ଆରମ୍ଭ ହୋଇଯାଇଛି । ଟ୍ରେନ୍ ଧର୍ମଘଟ ଯୋଗୁଁ ବାଂଲାଦେଶରେ ଏକ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ହଜାର ହଜାର ଛାତ୍ରଛାତ୍ରୀ ଟ୍ରେନ୍ ଆଗରେ ବସିଛନ୍ତି। ସେମାନେ ଟ୍ରେନ୍ ଚଳାଚଳ କରିବାକୁ ଦେଉନାହାନ୍ତି। ସ୍ଥିତି ଏତେ ଗମ୍ଭୀର ଯେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ଢାକାର ମୋହଖାଲି ଅଞ୍ଚଳରେ ୪ଟି ସାମରିକ ୟୁନିଟ୍ ମୁତୟନ କରିଛନ୍ତି। ଏହା ସତ୍ତ୍ୱେ ଛାତ୍ରଛାତ୍ରୀମାନେ ରେଳଧାରଣା ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ଫଳରେ ପରିସ୍ଥିତି ଆହୁରି ଖରାପ ହୋଇଛି।ଢାକାର ଟିଟୁମିର କଲେଜର ଛାତ୍ରଛାତ୍ରୀମାନେ ରେଳ ଧାରଣା ଅବରୋଧ କରିଛନ୍ତି। କଲେଜକୁ ବିଶ୍ୱବିଦ୍ୟାଳୟମାନ୍ୟତା ଦେବାକୁ ସେମାନଙ୍କ ଦାବି ରହିଛି। ସୋମବାର ଅପରାହ୍ନ ୪ଟା ୧୫ରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଅବରୋଧ ଯୋଗୁଁ ଢାକା-ଟଙ୍ଗୀ-ଢାକା ସେକ୍ସନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ବର୍ତ୍ତମାନ ଏହି ରୁଟରେ କୌଣସି ଟ୍ରେନ୍ ଚଳାଚଳ କରୁନାହିଁ। ଆନ୍ଦୋଳନ ଏତେ ତୀବ୍ର ଯେ ଅନେକ ଟ୍ରେନ୍ ଚାଳକ ଟ୍ରେନ୍ ଚଳାଇବାକୁ ଚାହୁଁନାହାନ୍ତି। ସେମାନେ ଆକ୍ରମଣର ଶିକାର ହେବାର ଭୟ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.8 ° C
    38.8 °
    38.8 °
    20 %
    1.6kmh
    34 %
    Tue
    38 °
    Wed
    41 °
    Thu
    43 °
    Fri
    45 °
    Sat
    44 °

    ସମ୍ବନ୍ଧିତ