Monday, May 25, 2026
32.6 C
Odisha

    ଶୁଭେନ୍ଦୁ ସରକାରର ବଡ଼ ନିଷ୍ପତ୍ତି, ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ଡିପୋର୍ଟ କରିବା ପାଇଁ ନିର୍ମାଣ ହେବ ହୋଲ୍ଡିଂ ସେଣ୍ଟର

    ଆଗକୁ ପଢନ୍ତୁ

    କୋଲକତା : ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ପାର୍ଇ ବହୁତ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଅବୈଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ସ୍ବତନ୍ତ୍ର ଭାବେ ହୋଲ୍ଡିଂ ସେଣ୍ଟର ନିର୍ମାଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

    ଶୁଭେନ୍ଦୁ ସରକାରଏହି ସମ୍ବନ୍ଧରେ ପଶ୍ଚିମବଙ୍ଗର ସମସ୍ତ ଜିଲ୍ଲାଅଧିକାରୀଙ୍କୁ ଲିଖିତ ଭାବେ ନିର୍ଦ୍ଦେଶ ଏବଂ ଗାଇଡଲାଇନ୍ସ ଜାରି କରିଛନ୍ତି । ସରକାର ସମସ୍ତ ଜିଲ୍ଲାଧିକାରୀଙ୍କୁ ନିଜ ନିଜ ଅଞ୍ଚଳରରେ ହୋଲ୍ଡିଂ ସେଣ୍ଟର ନିର୍ମାଣ କରିବାକୁ ଉଚିତ୍ ସ୍ଥାନ ବାଛି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ କହିଛନ୍ତି ।

    ପ୍ରଶାସନର ଫୋକସ ସୀମାବର୍ତ୍ତୀ ଜିଲ୍ଲା ଏବଂ ସେମାନଙ୍କ ଅଞ୍ଚଳରେ ରହିଛି । ଯେଉଁଠି ଅବୈଧ ପ୍ରବାସୀ ଲୁଚିଥିବା ଆଶଙ୍କା କରାଯାଉଛି, ସେହି ସ୍ଥାନରେ ଅଧିକ ଫୋକସ ରହିବା ପାଇଁ କୁହାଯାଇଛି ।
    ଏସବୁ ହୋଲ୍ଡିଂ ସେଣ୍ଟର ଲକ୍ଷ୍ୟ ହେଉଛି, ଅବୈଧ ଭାବେ ରହୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବା । ରାଜ୍ୟର ଅଲଗା ଅଲଗା ସ୍ଥାନରୁ ଧରାଯାଇଥିବା ଅବୈଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ସିଧାସଳଖ ଜେଲରେ ରଖିବା ପରିବର୍ତ୍ତେ ଏସବୁ ସେଣ୍ଟରକୁ ଟ୍ରାନ୍ସଫର କରାଯିବ । ଯେପର୍ଯ୍ୟନ୍ତ ଧରାଯାଇଥିବା ବିଦେଶୀ ନାଗରିକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ, ସେଯାଏଁ ଆଇନଗତ ଭାବେ ସେମାନଙ୍କ ମୂଳ ଦେଶକୁ ପଠାଇବାର ପ୍ରକ୍ରିୟା ସଂପୂର୍ଣ୍ଣ ହେବ ନାହିଁ । ସେମାନଙ୍କୁ ହୋଲ୍ଡିଂ ସେଣ୍ଟରରେ ରଖାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    32.6 ° C
    32.6 °
    32.6 °
    56 %
    2.3kmh
    25 %
    Mon
    43 °
    Tue
    45 °
    Wed
    45 °
    Thu
    46 °
    Fri
    44 °

    ସମ୍ବନ୍ଧିତ