Thursday, April 16, 2026
28.7 C
Odisha

    ବାଇକରେ ଆସି ଗୁଳିମାଡ଼କଲେ ୨ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଞ୍ଚମାଇଲ ଛକ ନିକଟରେ ଯୁବକଙ୍କୁ ଅଟକାଇ ଗୁଳିମାଡ କଲେ ଦୁର୍ବୃତ୍ତ। ଉକ୍ତ ଛକରେ ଜଣେ ଯୁବକଙ୍କୁ ଅଚାନକ ବାଇକରେ ୨ ଦୁର୍ବୃତ୍ତ ଆସି ଗୁଳିମାଡ କରିଥିଲେ। ଗୁଳିମାଡ କରି ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଜଣଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଛି। କାବୁ ହୋଇଥିବା ଉକ୍ତ ଦୁର୍ବୃତ୍ତଙ୍କ ନାଁ ରିଙ୍କୁ ଖାଁ ପଞ୍ଜାବ ଲୁଧିଆନାର ବୋଲି ସୂଚନା। ଗୁଳିମାଡ଼ ହୋଇଥିବା ଯୁବକଙ୍କ ନାଁ ମହଲୁଣ୍ଡା ଗାଁର ସୁବାସ ସାହୁ ବୋଲି ଜଣାପଡ଼ିଛି। ଅନ୍ୟପଟେ ସୁବାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରାଯାଇ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ସୁବାସଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିମାଡର କାରଣ ଜଣାପଡି ନ ଥିବାବେଳେ ଅଟକ ଥିବା ଅଭିଯୁକ୍ତକୁ ପଚରାଉଚରା କରୁଛି ପୁଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    47 %
    2.2kmh
    0 %
    Wed
    29 °
    Thu
    43 °
    Fri
    43 °
    Sat
    43 °
    Sun
    44 °

    ସମ୍ବନ୍ଧିତ