Monday, April 21, 2025
34.7 C
Odisha

    ବାପାଙ୍କ ହତ୍ୟାର CBI ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦୀପାଳିଙ୍କ ଅନୁରୋଧ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜନୀତିରେ ଦିନକୁ ଦିନ ରୋଚକ ମୋଡ଼ ନେଉଛି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ମାମଲା । ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିବା ପରେ ଜାରି ରହିଛି ବୟାନ ବାଜି । ଏହାରି ଭିତରେ ଆଜି ପୁଣି ମୁହଁ ଖୋଲିଛନ୍ତି ଦୀପାଳି ଦାସ । ବାପା ହତ୍ୟାକାଣ୍ଡରେ ଆମେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବୁ ବୋଲି କହିଛନ୍ତି ଦୀପାଳି ।ସେ ଆହୁରି ମଧ୍ୟ କହିଛନ୍ତି, “ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି । ଏବେ ପରିବାରରେ ଆଲୋଚନା ଚାଲିଛି, ଆଗକୁ ନିଶ୍ଚିତ ଲେଖିକି ଜଣାଇବୁ ବୋଲି ସେ ଆଜି ଗଣମାଧ୍ୟମ ଆଗରେ କହିଛନ୍ତି । ”

    ପୂର୍ବରୁ ଦୀପାଳି କହିଥିଲେ, ବର୍ତ୍ତମାନ ଭାଜପା ସରକାରରେ ଥିବା କେତେକ ବିଧାୟକ ମୋତେ ଓ ଆମ ପରିବାରକୁ ବଦନାମ କରୁଛନ୍ତି । ଆମେ ଚାପରେ ଚୁପ ରହୁଥିବା ନେଇ ମନ୍ତବ୍ୟ ଦେଇଛନ୍ତି । କିଛି ଗଣମାଧ୍ୟମ ଆମ ପରିବାର ଏବଂ ମୋ ବିଷୟରେ ବାରମ୍ବାର ଖବର ମଧ୍ୟ ପ୍ରସାରଣ କରୁଛନ୍ତି । ଦୀପାଳି ସିବିଆଇ ତଦନ୍ତ ଦାବି ନକରି କାହିଁକି ଚୁପ ରହୁଛନ୍ତି ବୋଲି ସେ କହିଛନ୍ତି । ଏନେଇ ସେ ବିଜେପି ସରକାରକୁ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ଏହାରି ଭିତରେ ସେ ପୁଣିଥରେ ମୁହଁ ଖୋଲିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    36 %
    3.8kmh
    2 %
    Mon
    37 °
    Tue
    44 °
    Wed
    44 °
    Thu
    44 °
    Fri
    45 °

    ସମ୍ବନ୍ଧିତ