Friday, May 9, 2025
38.3 C
Odisha

    ବିଏସଏଫକୁ ମିଳିବ ପର୍ଶୁରାମଙ୍କ ଅସ୍ତ୍ର ’ଭାର୍ଗବାସ୍ତ୍ର’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୀମାରେ ଅଶାନ୍ତି ସୃଷ୍ଚି କରିବାରେ ପାକିସ୍ତାନ ବେଶ୍‌ ଧୁରନ୍ଧର । ବିନା କାରଣରେ ଗୁଳିମାଡ଼ କରିବା ସହିକ ଭାରତୀୟ ସେନା ଉପରକୁ ଆକ୍ରମଣ କରୁଥିବା ଅନେକ ସମୟରେ ନଜିର ରହିଛି । ପାକିସ୍ତାନକୁ ଜବାବ ଦେବା ଲାଗି ସେନା ପ୍ରତି ମୁହୂର୍ତ୍ତରେ ସଜାଗ ବି ଥାଏ । ପାକିସ୍ତାନକୁ ପାନେ ଦେବା ଲାଗି ବିଏସଏଫ ବି ରଣନୀତି ପ୍ରସ୍ତୁତ କରିଛି ସତ ହେଲେ ପଡୋଶୀର ଆକ୍ରମଣରେ ଅକାରଣରେ ଜୀବନ ଦେଉଛନ୍ତି ଭାରତୀୟ ଯବାନ । ହେଲେ ଏବେ ସେମିତି ଆଉ ହେବନି । କାରଣ ବିଏସଏଫକୁ ମିଳିବ ପର୍ଶୁରାମଙ୍କ ଅସ୍ତ୍ର । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।ମହାଭାରତ । କାହିଁକି ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ଆପଣଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଜାଣିଥିବେ । ପୁରାଣଶାସ୍ତ୍ର ଅନୁସାରେ, ଶ୍ରୀକୃଷ୍ଣ ଭଲରେ ଜାଣିଥିଲେ ପାଣ୍ଡବଙ୍କ ଅପେକ୍ଷା କୌରବ ଅଧିକ ଶକ୍ତିଶାଳୀ ଥିଲେ । ସେମାନଙ୍କ ପାଖରେ କର୍ଣ୍ଣଙ୍କ ପରି ଯୋଦ୍ଧା ଥିଲେ । ଖାଲି ଏତିକି ନୁହେଁ ତାଙ୍କ ପାଖରେ ଏକ ଦୁର୍ଲଭ ଅସ୍ତ୍ର ଥିଲା ଯାହା କୌରବ ଓ ପର୍ଶୁରାମ ଚଳାଇବା ଜାଣିଥିଲେ । କୌରବଙ୍କ ପାଖରେ ଥିଲା ଭାର୍ଗବାସ୍ତ୍ର ଯାହାର ମୁକାବିଲା ଅର୍ଜୁନ କରିପାରିବେ ନାହିଁ ବୋଲି କହିଥିଲେ । ଇଏ ତ ଥିଲା ପୁରାଣ ଓ ଶାସ୍ତ୍ରର କଥା । ଏବେ କିନ୍ତୁ ଭାରତୀୟ ସେନାକୁ ଭାର୍ଗବସ୍ତ୍ର ମିଳିବାକୁ ଯାଉଛି । ଯାହା ଶତ୍ରୁଙ୍କୁ କଡ଼ା ଯବାବ ଦେବ ବୋଲି ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ