Monday, September 28, 2026
30.3 C
Odisha

    ବିଜେଡି ନେତା ଓ ତାଙ୍କ ସରକାର (ମୋ ସରକାର) ମିଳିମିଶି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି: ଗୋଲକ ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୦/୦୪: ନିର୍ବାଚନ ବୈତରଣୀ ପାର ହେବା ପାଇଁ ଶାସକ ବିଜୁ ଜନତା ଦଳ ସରକାରୀ କଳ ଓ ବଳ ଏବଂ ବ୍ୟବସ୍ଥାକୁ ବାରମ୍ବାର ଅପବ୍ୟବହାର କରି ଦଳୀୟ ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛି । ଶାସନ କ୍ଷମତାକୁ ଜାବୁଡି ଧରିବା ପାଇଁ ବାରମ୍ବାର ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ କରୁଛି । ନୀତିନିୟମ ଓ ଆଇନକାନୁନକୁ ଜଳାଞ୍ଜଳୀ ଦେଇଛି ବିଜେଡି । ଓଡିଶାବାସୀଙ୍କୁ ସେବା ଯୋଗାଇ ଦେବା ଆଳରେ ଓଡିଶାବାସିଙ୍କ ଟଙ୍କାରେ ନୂତନ ଯୋଜନାମାନର ଶୁଭାରମ୍ଭ କରି ଶାସକ ବିଜେଡିର ଦଳୀୟ ପ୍ରଚାର କାର୍ଯ୍ୟ କରାଯିବା ଅତ୍ୟନ୍ତ ଅଗଣତାନ୍ତ୍ରୀକ ଓ ଦଣ୍ଡନୀୟ ଅପରାଧ । ବିଜେଡି ନେତା ଓ ତାଙ୍କ ସରକାର (ମୋ ସରକାର) ମିଳିମିଶି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି । ଏହା ଦ୍ୱାରା ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହେବା ଅସମ୍ଭବ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ “ମୋ ସରକାର”ର କଲ୍ ସେଂଟର ଜରିଆରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରମାନଙ୍କୁ ଫୋନ କରି ଧମକ ଦିଆଯାଉଛି । ଭୋଟ ନଦେଲେ ଉପରେ ସରକାରଙ୍କୁ ଜଣାଇ ଦେବୁ ବୋଲି କୁହାଯାଉଛି । ସରକାରୀ କଳକୁ ବ୍ୟବାହାର କରିବା ଏବଂ ଭୋଟରଙ୍କୁ ଶାସକ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପବର୍ତାଇବା ହେଉଛି ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରୀକ ଓ ଦଣ୍ଡନୀୟ ଅପରାଧ । ତଥ୍ୟ ଓ ପ୍ରମାଣ ସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ଦାବୀ କରିଛନ୍ତି ।
    ଅନ୍ୟ ପଟେ କ୍ଷମତାର ଅପବ୍ୟବହାର କରି ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି ବିଜେଡିର ଜଣେ ସାଧାରଣ କର୍ମୀ ଶ୍ରୀ ଭି.କେ. ପାଣ୍ଡିଆନ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ ବିଜେଡିର ନିର୍ବାଚନୀ ଇସ୍ତାହାରରେ ମତାମତ ଦେବା ପାଇଁ ଭିଡିଓ କରି ପ୍ରଚାର ଓ ପ୍ରସାର କରୁଛନ୍ତି । ଏହି ଭିଡିଓଟି ଭାଇରାଲ ହୋଇଛି । ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ନିଷେଧ ଥିବା କଳିଙ୍ଗ ଷ୍ଟାଡିୟମକୁ କେଉଁ ଅଧିକାର ବଳରେ ଓ କାହା ଅନୁମତିରେ ଶ୍ରୀ ପାଣ୍ଡିଆନ ପ୍ରବେଶ କରିଥିଲେ ? ଆଦର୍ଶ ନିର୍ବାଚନ ଆଚରଣ ବିଧି ବଳବତର ଥିବା ସମୟରେ କ୍ଷମତାକୁ ଅପବ୍ୟବହାର କରି ଶ୍ରୀ ପାଣ୍ଡିଆନ ଦଳୀୟ ପ୍ରଚାର କାର୍ଯ୍ୟ କରିଥିବାରୁ ଯଥାଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଦିଲ୍ଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ