Thursday, May 28, 2026
33 C
Odisha

    ବିବାହର ପ୍ରତିଶ୍ରୁତି ସହ ଧମକ ଦେଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲା ଯୁବକ

    ଆଗକୁ ପଢନ୍ତୁ

    ଜଟଣୀ: ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଅଧୀ‌ନରେ ଜଣେ ନବମ ଶ୍ରେଣୀ ଛାତ୍ରୀ ୪ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ନାବାଳିକାକୁ ଏହି ଘଟଣାର ଅଭିଯୁକ୍ତ ଧମକ ଦେଇ ବଳପୂର୍ବକ ଶାରୀରିକ ସଂପର୍କ ରଖି ଆସୁଥିଲା। ଜଟଣୀ ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଜହୀର ଖାନ୍‌ଙ୍କ ପୁଅ ଆୟମତ୍‌ ଖାନ୍‌ ଓରଫ ଚନ୍ଦୁ (୧୯)।

    ପୁଲିସ କହିଛି ପୀଡ଼ିତା ଜଣକ ଜଟଣୀ ଥାନା ଅଞ୍ଚଳରେ ପରିବାର ସହ ରହୁଥିବା ବେଳେ ସ୍ଥାନୀୟ ସରକାରୀ ସ୍କୁଲରେ ନବମ ଶ୍ରେଣୀରେ ପଢନ୍ତି। ଅଭିଯୁକ୍ତ ଜଣକ ଟ୍ୟୁସନ୍ ଯିବା ରାସ୍ତାରେ ପୀଡ଼ିତାଙ୍କର ନିୟମିତ ଭାବେ ପିଛା କରିବା ସହ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏହି ଭଳି କିଛିଦିନ ଯିବା ପରେ ସେ ପୀଡ଼ିତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳପୂର୍ବକ ତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଦୁଷ୍କର୍ମ କରିଥିଲା।

    ସେହିଦିନ ପରଠାରୁ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ତାଙ୍କ ମନରେ ଭୟ ସୃଷ୍ଟି କରିବା ସହ ତାଙ୍କ ସହିତ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲା। ଗତକାଲି ପୀଡ଼ିତାଙ୍କର ବାନ୍ତି ହୋଇ ତଳେ ପଡ଼ିଯିବା ଦେଖି ତାଙ୍କ ମାଆ ପଚରାଉଚରା କରିବାରୁ, ସେ ଚାରିମାସର ଅନ୍ତଃସତ୍ତ୍ୱା ଥିବା ଏବଂ ଅଭିଯୁକ୍ତ ଜଣକ ୨୦୨୩ ମସିହାରୁ ଡରାଇ ଧମକାଇ ତାଙ୍କ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ। ଏହାବାଦ ଅଭିଯୁକ୍ତ ଜଣକ ପୂର୍ବରୁ ମଧ୍ୟ ପୀଡ଼ିତାଙ୍କୁ ବଳପୂର୍ବକ ଗର୍ଭନିରୋଧକ ଔଷଧ ଖାଇବାକୁ ଦେଇଥିବା ଜାଣିବାକୁ ପାଇଥିଲେ।

    ଥାନାରେ ମାମଲା ରୁଜୁ ହେଲା ପରେ ପୁଲିସ ତିରିମଲ୍ଲ ନିକଟ ବେଣାପଞ୍ଜରୀ ଗାଁର ଜହୀର ଖାନ୍‌ଙ୍କ ପୁଅ ଆୟମତ୍‌ ଖାନ୍‌ ଓରଫ ଚନ୍ଦୁ (୧୯) ଗିରଫ ହୋଇଛି। ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    23 %
    2.9kmh
    0 %
    Thu
    31 °
    Fri
    45 °
    Sat
    42 °
    Sun
    40 °
    Mon
    40 °

    ସମ୍ବନ୍ଧିତ