Tuesday, March 17, 2026
23.4 C
Odisha

    ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

    ଆଗକୁ ପଢନ୍ତୁ

    କାମାକ୍ଷାନଗର : ଗାଧୋଇବାକୁ ଯାଉଥିବାବେଳେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋରିଆପାଳ ଗାଁରେ ହାତୀ ଆତଙ୍କ। ଆକ୍ରମଣରେ ଗାଁର ବିଦ୍ୟାଧର ଦେହୁରୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟାଧର ଦେହୁରୀ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଦାନ୍ତହାତୀ ହାବୁଡ଼ରେ ପଡିଯାଇଥିଲେ । ଦନ୍ତା ହାତୀ ବିଦ୍ୟାଧରଙ୍କୁ ଟେକି କଚାଡି ଦେଇଥିଲା । ବିଦ୍ୟାଧରଙ୍କର ଚିତ୍କାର ଶୁଣି ପାଖରେ ଥିବା ଗ୍ରାମବାସୀ ଘଟଣା ସ୍ଥଳକୁ ପଳାଇ ଆସିବାରୁ ଦାନ୍ତହାତୀ ନିକଟ ଜଙ୍ଗଲକୁ ଚାଲିଯାଇଥିଲା । ପରେ ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    45 %
    1.1kmh
    100 %
    Tue
    36 °
    Wed
    36 °
    Thu
    35 °
    Fri
    34 °
    Sat
    33 °

    ସମ୍ବନ୍ଧିତ