Tuesday, April 21, 2026
28.3 C
Odisha

    ବେଆଇନ ପ୍ରବେଶ ପାଇଁ ଚେତାବନୀ: ହାତକଡ଼ି ଓ ଚେନ୍‌ରେ ବନ୍ଧା‌ ହୋଇଥିବା ଭାରତୀୟଙ୍କ ଭିଡିଓ ଜାରି କଲା ଆମେରିକା

    ଆଗକୁ ପଢନ୍ତୁ

    ୱାସିଂଟନ୍‌:  ଆମେରିକା ସାମରିକ ବିମାନରେ ଗତକାଲି ୧୦୪ ବେଆଇନ ଭାରତୀୟ ଆପ୍ରବାସୀ ଆସି ଭାରତରେ ପହଞ୍ଚିଥିଲେ।  ତେବେ ଆମେରିକା ବେଆଇନ ଆପ୍ରବାସୀଙ୍କୁ ଫେରାଇବା ସମୟ‌ର ଏକ ଭିଡିଓ ଜାରି କରିଛି।  ୟୁଏସ୍‌ବିପି ( ୟୁନାଇଟେଡ୍‌ ଷ୍ଟେଟ୍‌ସ କଷ୍ଟମ୍‌ସ ଆଣ୍ଡ ବର୍ଡର ପ୍ରୋଟେକ୍ସନ୍‌) ପକ୍ଷରୁ ଜାରି ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ବେଆଇନ ଆପ୍ରବାସୀଙ୍କୁ ହାତକଡ଼ି ପକାଯାଇଛି ଏବଂ ସେମାନଙ୍କ ପାଦରେ ଚେନ୍‌ ବନ୍ଧା ହୋଇଛି। ୟୁଏସ୍‌ବିପି ମୁଖ୍ୟ ମାଇକେଲ୍‌ ବ୍ୟାଙ୍କ୍‌ସ ଏହି ଭିଡିଓ ସେୟାର କରି କହିଛନ୍ତି, ୟୁଏସ୍‌ବିପି ଏବଂ ସହଯୋଗୀମାନେ ସଫଳତାର ସହ ବେଆଇନ ଆପ୍ରବାସୀଙ୍କୁ ଭାରତ ଫେରାଇଛନ୍ତି।  ପ୍ରଥମ ପର୍ଯ୍ୟାୟରେ ସାମରିକ ପରିବହନ ବ୍ୟବସ୍ଥା ଦ୍ବାରା ସେମାନଙ୍କୁ ସ୍ବଦେଶ ପଠାଯାଇଛି। ଏହି ମିସନ୍‌ ଦ୍ବାରା ଆପ୍ରବାସ ଆଇନ କାର୍ଯ୍ୟକାରୀ କରିବା ସଂକ୍ରାନ୍ତ ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଭିଡିଓ ମାଧ୍ୟମରେ ମଧ୍ୟ ଆମେରିକା ଚେତାବନୀ ଦେଇ କହିଛି ଯେ ଯଦି ଆପଣମାନେ ବେଆଇନ ଭାବେ ପ୍ରବେଶ କରିବେ ତେବେ ଆପଣମାନଙ୍କୁ ଦେଶାନ୍ତର ବ୍ୟବସ୍ଥା କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.3 ° C
    28.3 °
    28.3 °
    34 %
    1.1kmh
    71 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    43 °

    ସମ୍ବନ୍ଧିତ