Thursday, May 14, 2026
25.7 C
Odisha

    ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୧୦ ଆହତ

    ଆଗକୁ ପଢନ୍ତୁ

    ଛତ୍ରପୁର: ସ୍କୁଲ ଖରା ଛୁଟି ହୋଇଯିବା ପରେ ଏକ ବୋଲେରୋ ଗାଡି ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଛତ୍ରପୁର ଥାନା ଅଧିନ ମା’ ଉଜଳେଶ୍ଵରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡିଟି ରାସ୍ତା ତଳକୁ ଖସି ଓଲଟି ପଡିଥିଲା। ଏଥିରେ ଚାଳକ ସମେତ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଅନ୍ୟ ୫ ଜଣ ଅଭିଭାବକ। ଆହତ ଛାତ୍ରଛାତ୍ରୀ ହେଲେ ଲିଜା ଶବର, ରୁପାଲୀ ଶବର, ବର୍ଷା ରାଣୀ ଶବର ଓ ଲକ୍ଷ୍ମୀ ଶବର। ଏମାନଙ୍କ ବୟସ ୮ ରୁ ୧୦ ବର୍ଷ ଅଭିଭାବକ ମଦନ ଦଳ ବେହେରା, ଦେବରାଜ ଶବର, ମନୁ ଶବର, ସନ୍ୟାସୀ ଶବର ଓ ଗାଡି ଚାଳକ କଳା କୃଷ୍ଣ ମହାପାତ୍ର ମଧ୍ୟ ଆହତ ହୋଇଛନ୍ତି। ଆଜି ଭୁବନେଶ୍ୱରରୁ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ନିଜ ଗ୍ରାମ ଚନ୍ଦ୍ରଗିରିକୁ ଏକ ବୋଲେରୋ ଗାଡିରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟିବା ପରେ ସମାଜ ସେବୀ କେ. କେଦାର ନିଜ ଗାଡିରେ ଓ ପୁଲିସ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଅଣାଯାଇଥିଲା । ଦୁର୍ଘଟଣାଗ୍ରସ୍ତ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡି ବସିଥିବା ୧୦ ଜଣ । ଘଟଣାସ୍ଥଳରେ ଛତ୍ରପୁର ପୁଲିସ ପହଁଚି ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    81 %
    2.7kmh
    86 %
    Wed
    26 °
    Thu
    42 °
    Fri
    43 °
    Sat
    43 °
    Sun
    44 °

    ସମ୍ବନ୍ଧିତ