Monday, October 27, 2025
22 C
Odisha

    ଭଙ୍ଗ ହେଲା ବାଂଲାଦେଶ ସଂସଦ; ଆଦେଶ ଜାରି କଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ଭଙ୍ଗ ହେଲା ବାଂଲାଦେଶ ସଂସଦ, ଆଦେଶ ଜାରି କଲେ ରାଷ୍ଟ୍ରପତି । ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଶର ସଂସଦ ଭଙ୍ଗ କରିବା ପାଇଁ ଏକ ଆଦେଶ ଜାରି କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ପ୍ରେସ୍ ଶାଖା ପକ୍ଷରୁ ମଙ୍ଗଳବାର ପଠାଯାଇଥିବା ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ସହ ତିନି ସେନା ମୁଖ୍ୟ, ବିଭିନ୍ନ ରାଜନୈତିକ ଦଳର ନେତା, ନାଗରିକ ସମାଜ ପ୍ରତିନିଧି ଏବଂ ଛାତ୍ର ଆନ୍ଦୋଳନର ନେତାମାନଙ୍କର ଏକ ବୈଠକ ପରେ ଜାତୀୟ ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ ନିର୍ବାଚନ ପରେ ସଂସଦ ଗଠନ ହୋଇଥିଲା । ସୋମବାର ରାଷ୍ଟ୍ରପତି ଏକ ନିର୍ଦ୍ଦେଶନାମା ଜାରି କରି ବିଏନପି ନେତ୍ରୀ ଖାଲିଦା ଜିଆଙ୍କ ସମେତ ଅନେକ ବିରୋଧୀ ଦଳ ନେତାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିଛନ୍ତି । ତେବେ ଆଗକୁ କଣ ହେବ ଏନେଇ ସାରା ବିଶ୍ୱର ନଜର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22 ° C
    22 °
    22 °
    96 %
    1.2kmh
    32 %
    Mon
    22 °
    Tue
    27 °
    Wed
    25 °
    Thu
    29 °
    Fri
    28 °

    ସମ୍ବନ୍ଧିତ