Monday, March 30, 2026
40.5 C
Odisha

    ଭଙ୍ଗ ହେଲା ବାଂଲାଦେଶ ସଂସଦ; ଆଦେଶ ଜାରି କଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ଭଙ୍ଗ ହେଲା ବାଂଲାଦେଶ ସଂସଦ, ଆଦେଶ ଜାରି କଲେ ରାଷ୍ଟ୍ରପତି । ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଶର ସଂସଦ ଭଙ୍ଗ କରିବା ପାଇଁ ଏକ ଆଦେଶ ଜାରି କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ପ୍ରେସ୍ ଶାଖା ପକ୍ଷରୁ ମଙ୍ଗଳବାର ପଠାଯାଇଥିବା ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ସହ ତିନି ସେନା ମୁଖ୍ୟ, ବିଭିନ୍ନ ରାଜନୈତିକ ଦଳର ନେତା, ନାଗରିକ ସମାଜ ପ୍ରତିନିଧି ଏବଂ ଛାତ୍ର ଆନ୍ଦୋଳନର ନେତାମାନଙ୍କର ଏକ ବୈଠକ ପରେ ଜାତୀୟ ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ ନିର୍ବାଚନ ପରେ ସଂସଦ ଗଠନ ହୋଇଥିଲା । ସୋମବାର ରାଷ୍ଟ୍ରପତି ଏକ ନିର୍ଦ୍ଦେଶନାମା ଜାରି କରି ବିଏନପି ନେତ୍ରୀ ଖାଲିଦା ଜିଆଙ୍କ ସମେତ ଅନେକ ବିରୋଧୀ ଦଳ ନେତାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିଛନ୍ତି । ତେବେ ଆଗକୁ କଣ ହେବ ଏନେଇ ସାରା ବିଶ୍ୱର ନଜର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ