Wednesday, October 23, 2024
21.7 C
Odisha

    ଭାରତରେ ଲଞ୍ଚ ହେଲା Infinixର ZeroBook Ultra ଲାପଟପ୍‌

    ଆଗକୁ ପଢନ୍ତୁ

    ଇନଫିନିକ୍ସ କମ୍ପାନୀ ଭାରତ ବଜାରରେ ଏକ ନୂଆ ଲାପଟପ୍ ଇନଫିନିକ୍ସ ZeroBook Ultra ଲଞ୍ଚ କରିଛି । ଯଦି ଆପଣ ମିଡ୍‌ ରେଞ୍ଜ୍ ସେଗମେଣ୍ଟରେ ଏକ ଭଲ ଲାପଟପ୍ କିଣିବାକୁ ଚାହୁଁଛନ୍ତି, ତେବେ ଇନଫିନିକ୍ସର ଏହି ଡିଭାଇସ୍ ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ହେବ । ଇନଫିନିକ୍ସ ଏହି ଲାପଟପ୍ ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଫିଚରକୁ ସପୋର୍ଟ କରିଛି ।Infinix ZeroBook Ultraକୁ ଇନଫିନିକ୍ସକୁ ୱିଣ୍ଡୋଜ୍ ୧୧ ସପୋର୍ଟ ସହ ଲଞ୍ଚ କରିଛି । ଏଥିରେ ଫୁଲ୍ HD ପ୍ଲସ୍ ଆଇପିଏସ୍ ପ୍ୟାନେଲ୍ ସହିତ ଏକ ବଡ଼ ୧୫.୬ ଇଞ୍ଚର ଡିସପ୍ଲେ ରହିଛି । ପ୍ରତିଦିନର କାର୍ଯ୍ୟ ସହିତ ଆପଣ ଏଥିରେ ଅଫିସ୍‌ କାମ ଏବଂ ମଲ୍ଟିଟାସ୍କିଂ ମଧ୍ୟ କରିପାରିବେ।ଇନଫିନିକ୍ସ ଭାରତରେ Infinix ZeroBook Ultraକୁ ୩ଟି ଭାରିଆଣ୍ଟରେ ଲଞ୍ଚ କରିଛି । ଏହାର ଗୋଟିଏ ମଡେଲ ଅଲ୍ଟ୍ରା ୫ ପ୍ରୋସେସର ସହିତ ଆସିଥାଏ ଯାହାର ଦାମ୍‌ ୫୯,୯୯୦ ଟଙ୍କା , ଦ୍ୱିତୀୟ ମଡେଲ୍ ଅଲ୍ଟ୍ରା ୭ ପ୍ରୋସେସର୍ ଦାମ୍‌ ୬୯,୯୯୦ ଟଙ୍କା , ଏହାର ତୃତୀୟ ଏବଂ ଉପର ମଡେଲ ଅଲ୍ଟ୍ରା ୯ ପ୍ରୋସେସର ଯାହାର ଦାମ୍‌ ୮୪,୯୯୦ ଟଙ୍କା ରହିଛିି।ଆପଣଙ୍କ ବଜେଟ୍ ଅନୁଯାୟୀ ଆପଣ Infinix ZeroBook Ultraର ଯେକୌଣସି ଭାରିଆଣ୍ଟ କିଣିପାରିବେ । ଯଦି ଆମେ ଏହାର ସେଲ୍‌ ବିଷୟରେ କହିବା ଏହା ଜୁଲାଇ ୧୦ ରୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଉପଲବ୍ଧ ହେବ । କମ୍ପାନୀ HDFC ବ୍ୟାଙ୍କ କାର୍ଡରେ ଗ୍ରାହକଙ୍କୁ ତୁରନ୍ତ ୨୦୦୦ ଟଙ୍କା ଡିସକାଉଣ୍ଟ ମିଳିବ । ଏହା ସହିତ ଆପଣ ନିଜ ପୁରୁଣା ଲାପଟପରେ ୨୮,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍ ଅଫର ମଧ୍ୟ ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ