Friday, April 17, 2026
27.1 C
Odisha

    ଭିଜିଲାନ୍ସ ଜାଲରେ ୨ ଇଞ୍ଜିନିୟର, ୬୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରା ପଡିଲେ

    ଆଗକୁ ପଢନ୍ତୁ

    ଭିଜିଲାନ୍ସ ଜାଲରେ ୨ ଇଞ୍ଜିନିୟର । ୬୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ । ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଲିଫ୍ଟ ଇରିଗେସନ ବିଭାଗର ଦୁଇଜଣ ବଡ଼ ଅଫିସରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ହରେକୃଷ୍ଣ ସିଂ ଏବଂ କନିଷ୍ଠ ଯନ୍ତ୍ରୀ (JE) ସୁବ୍ରତ ମହାନ୍ତି ଗିରଫ । ଜଣେ ଠିକାଦାରଙ୍କ ବାକି ଥିବା ବିଲ୍ ପାସ୍ କରିବା ପାଇଁ ଏହି ଦୁଇ ଅଫିସର ଲାଞ୍ଚ ମାଗିଥିଲେ । ଗିରଫ ପରେ ହରେକୃଷ୍ଣ ସିଂଙ୍କର ୨ଟି ସ୍ଥାନରେ ଏବଂ ସୁବ୍ରତ ମହାନ୍ତିଙ୍କର ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ।

    ଏହି ଘଟଣାକୁ ନେଇ ଠିକାଦାର ଭିଜିଲାନ୍ସକୁ ଅଭିଯୋଗ କରିଥିଲେ। ଯାହା ପରେ ଯୋଜନା ବଦ୍ଧ ଭାବେ ଉଭୟଙ୍କୁ ଗିରଫ କରାଯାଇଛି। ବାରିପଦା ସ୍ଥିତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ। ଲାଞ୍ଚର ସମସ୍ତ ୬୦ ହଜାର ଟଙ୍କା ଅଭିଯୁକ୍ତଙ୍କଠାରୁ ଜବତ ହୋଇଛି। ଆସନ୍ତାକାଲି ଉଭାୟଙ୍କୁ କୋର୍ଟ ଚାଲାଣ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    63 %
    2.2kmh
    0 %
    Thu
    27 °
    Fri
    42 °
    Sat
    43 °
    Sun
    43 °
    Mon
    44 °

    ସମ୍ବନ୍ଧିତ