Thursday, September 17, 2026
26.2 C
Odisha

    ଯୁବକଯୁବତୀଙ୍କ ପାଇଁ ଖୁସି ଖବର : ଅତିରିକ୍ତ କୃଷି ଅଧିକାରୀ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଆଗକୁ ପଢନ୍ତୁ

    ଓଡ଼ିଶାରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକଯୁବତୀଙ୍କ ପାଇଁ ଖୁସି ଖବର ଆସିଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅତିରିକ୍ତ କୃଷି ଅଧିକାରୀ (ଏଏଓ) ନିଯୁକ୍ତି ୨୦୨୬ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ଜରିଆରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗରେ ଗ୍ରୁପ-ବିର ପାଖାପା୍ଖି ୧୧୮ଟି ପଦବୀ ପୂରଣ କରାଯିବାର ଯୋଜନା ରହିଛି ।ଏହି ପଦବୀ ମଧ୍ୟରୁ ୪୦ଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ଯାହାକି ମହିଳା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଚାକିରିର ସୁଯୋଗ ପ୍ରଦାନ କରୁଛି । ଆୟୋଗ ପକ୍ଷରୁ ପ୍ରଦାନ କରାଯାଇଥିବାକ ସୂଚନା ଅନୁଯାୟୀ, ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨୦୨୬ ଜାନୁଆରି ୧୦ ତାରିଖରୁ ଅନଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜାନୁଆରୀ ୩୦ ରହିଛି। । ପ୍ରାର୍ଥୀମାନେ ସରକାରୀ ଓପିଏସସି ୱେବସାଇଟ୍ ପରିଦର୍ଶନ କରି ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ।

    ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା, ଯେପରିକି ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଏବଂ ଚୟନ ସହିତ ସଡ଼ିତ ନିୟମ ଆୟୋଗଙ୍କ ୱେବସାଇଟରେ ଉପଲବ୍ଧ ରହିଛି। ଅତିରିକ୍ତ କୃଷି ଅଧିକାରୀ ପଦବୀ କୃଷି କିମ୍ବା ଉଦ୍ୟାନ କୃଷି ପଢିଥିବା ଏବଂ ସରକାରୀ ସେବାରେ ଯୋଗଦାନ କରି ଚାଷୀଙ୍କ ସହିତ କାମ କରିବାକୁ ଚାହୁଁଥିବା ଯୁବକଯୁବତୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ। ଏହି ପଦବୀ ପାଇଁ ମନୋନୀତ ଅଧିକାରୀମାନେ ଚାଷୀମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା, ଫସଲ ଉନ୍ନତି ଏବଂ ସରକାରୀ ଯୋଜନା ବିଷୟରେ ସୂଚନା ପ୍ରଦାନ କରିବେ। ଏଏଓ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ପାଖରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ କୃଷି ସ୍ନାତକ (ବିଏସି. କୃଷି) କିମ୍ବା ଉଦ୍ୟାନ କୃଷି ସ୍ନାତକ (ବିଏସି. ଉଦ୍ୟାନ କୃଷି) ଡିଗ୍ରି ଥିବା ଆବଶ୍ୟକ ।

    ଏହି ପଦବୀ ପାଇଁ ଅନ୍ୟ କୌଣସି ଡିଗ୍ରି ବୈଧ ବିବେଚିତ ହେବ ନାହିଁ । ଆବେଦନକାରୀ ଓଡ଼ିଆ ପଢ଼ିବା, ଲେଖିବା ଏବଂ କହିବା ଜାଣିପାରୁଥିବା ଆବଶ୍ୟକ। ଏହା ବ୍ୟତୀତ, ପ୍ରାର୍ଥୀମାନେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ। ଅତିରିକ୍ତ କୃଷି ଅଧିକାରୀ ନିଯୁକ୍ତି ୨୦୨୬ ପାଇଁ ଆବେଦନ ଫି ମଧ୍ୟ ସ୍ଥିର କରାଯାଇଛି । ସାଧାରଣ, ଓବିସି ଏବଂ ଏସଇବିସି ବର୍ଗର ପ୍ରାର୍ଥୀମାନଙ୍କୁ ୭୦୦ଟଙ୍କାର ଆବେଦନ ଫି ଦେବାକୁ ପଡିବ। ଆୟୋଗ ଏହି ଫିସ୍ ଫେରସ୍ତ କରିବା ସହିତ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଅନୁସୂଚିତ ଜାତି, ଜନଜାତି ଏବଂ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ଆବେଦନ ଫିସରୁ ସମ୍ପୂର୍ଣ୍ଣ ଛାଡ଼ ପ୍ରଦାନ କରାଯାଇଛି ।

    ଏହି ବର୍ଗର ପ୍ରାର୍ଥୀମାନଙ୍କୁ କୌଣସି ଫିସ୍ ନିଆଯିବ ନାହିଁ।ମନୋନୀତ ପ୍ରାର୍ଥୀମାନଙ୍କୁ ଓଡ଼ିଶା ସଂଶୋଧିତ ଦରମା ନିୟମ ୨୦୧୭ ଅନୁଯାୟୀ ନିଯୁକ୍ତି ଦିଆଯିବ । ଏହି ପଦବୀ ପାଇଁ ପ୍ରାରମ୍ଭିକ ମୌଳିକ ଦରମା ପ୍ରତି ମାସକୁ ପ୍ରାୟ ୪୪,୯୦୦ଟଙ୍କା ପ୍ରଦାନ କରାଯିବ । ଏହା ବ୍ୟତୀତ, ରାଜ୍ୟ ସରକାରଙ୍କ ଦ୍ୱାରା ସମୟ ସମୟରେ ପ୍ରଦାନ କରାଯାଉଥିବା ମହଙ୍ଗା ଭତ୍ତା ଏବଂ ଅନ୍ୟାନ୍ୟ ଭତ୍ତା ମଧ୍ୟ ଦରମାରେ ଯୋଡାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    84 %
    1.1kmh
    58 %
    Thu
    27 °
    Fri
    31 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ