Thursday, April 30, 2026
41.9 C
Odisha

    ଭୁବନେଶ୍ବରରୁ ସୁନା ଚେନ୍‌ ଲୁଟିଥିବା ଅଭିଯୁକ୍ତ କିନ୍ନରକୁ କମିସନରେଟ୍‌ ପୁଲିସ ଝାଡ଼ଖଣ୍ଡରୁ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ସୁନା ଚେନ୍‌ ଲୁଟିଥିବା ଅଭିଯୁକ୍ତ କିନ୍ନରକୁ କମିସନରେଟ୍‌ ପୁଲିସ ଝାଡ଼ଖଣ୍ଡରୁ ଗିରଫ କରିଛି। କ୍ୟାପିଟାଲ ଥାନା ପୁଲିସ ଲୁଟେରା ଶୁଭଶ୍ରୀ ପାଣିକୁ ୧୦ ମାସ ‌ପରେ ଗିରଫ କରିଛି। ଭୁବନେଶ୍ବର ଡିସିପି ଜଗମୋହନ ମୀନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଜୁଲାଇ ମାସରେ ନୀଳାଦ୍ରି ବିହାର ଅଂଚଳରୁ ଶୁଭଶ୍ରୀ ପାଣି ଜଣେ ମହିଳାଙ୍କ ଠାରୁ ଏକ ସୁନା ଚେନ୍‌ ଲୁଟ କରିଥିଲେ। ଥାନାରେ ମାମଲା ରୁଜୁ ହେଲା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା। ପୁଲିସକୁ ଦୀର୍ଘ ୧୦ ମାସ ପରେ ଶୁଭଶ୍ରୀର ଠିକଣା ମିଳିଥିଲା।

    ଡିସିପି ଶ୍ରୀ ମୀନା କହିଛନ୍ତି, ଗତବର୍ଷ ଜୁଲାଇ ମାସରେ ନୀଳାଦ୍ରି ବିହାର ଅଂଚଳରୁ ଶୁଭଶ୍ରୀ ପାଣି ଜଣେ ମହିଳାଙ୍କ ଠାରୁ ଏକ ସୁନା ଚେନ୍‌ ଲୁଟ କରିଥିଲେ। ଥାନାରେ ମାମଲା ରୁଜୁ ହେଲା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା। ପୁଲିସକୁ ଦୀର୍ଘ ୧୦ ମାସ ପରେ ଶୁଭଶ୍ରୀର ଠିକଣା ମିଳିଥିଲା। ତଦନ୍ତକାରୀ ଟିମ୍‌ ଗତକାଲି ଝାଡ଼ଖଣ୍ଡରୁ ତାଙ୍କୁ ଗିରଫ କରି ଟ୍ରଞ୍ଜିଟି ରିମାଣ୍ଡରେ ଭୁବନେଶ୍ୱର ଆଣିଛି। ଡିସିପି କହିଛନ୍ତି, ଲୁଟ ସୁନା ଚେନ୍‌କୁ ଶୁଭଶ୍ରୀ ଏକ ବ୍ୟାଙ୍କରେ ବନ୍ଧା ପକାଇ ଟଙ୍କା ଆଣିଛନ୍ତି। ଫଳରେ ତାହା ଜବତ ହୋଇ ପାରି ନାହିଁ। ତେଣୁ ଯେଉଁ ବ୍ୟାଙ୍କ ବିନା କାଗଜପତ୍ରରେ ଏଭଳି ସୁନା ଅଳଙ୍କାର ରଖୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.9 ° C
    41.9 °
    41.9 °
    13 %
    5kmh
    0 %
    Thu
    43 °
    Fri
    40 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ