Sunday, September 27, 2026
29.2 C
Odisha

    ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ସଫଳତାର ସହିତ ଆୟୋଜନ ହୋଇଛି‘

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ/ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ‌ବୈଦେଶିକ ବ୍ୟାପର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ପ୍ରଶଂସା କରିଛନ୍ତି। ଗତ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସଫଳତାର ସହିତ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବିଦେଶମନ୍ତ୍ରୀ ଏହି ପ୍ରଶଂସା କରିଛନ୍ତି।

    ସୂଚନାଯୋଗ୍ୟ, ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଶ୍ରୀ ଜୟଶଙ୍କର ଗତ ୬ ତାରିଖରେ ଓଡ଼ିଶା ଆସିଥିଲେ ଏବଂ ୧୦ ତାରିଖ ଦିନ ଫେରିଯାଇଥିଲେ। ଏହି ଗସ୍ତକାଳରେ ସେ ଜାନୁଆରି ୬ ତାରିଖରେ କୋଣାର୍କ ଇକୋରିଟ୍ରିଟ ରାତ୍ରି ଯାପନ କରିଥିଲେ। ଜାନୁଆରି ୭ ତାରିଖରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ। ଏହା ପରେ ସେ ଭୁବନେଶ୍ଵର ଶାନ୍ତିସ୍ତୁପ ଧଉଳି ପରିଦର୍ଶନ କରିଥିଲେ।

    ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଶ୍ରୀ ଜୟଶଙ୍କର କହିଥିଲେ, ଏହା କେବଳ ଏକ ସମ୍ମିଳନୀ ନୁହେଁ, ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ ଭଳି। ଓଡିଶାର କଳା ଓ ସଂସ୍କୃତି ଅନନ୍ୟ। ଓଡିଶା ରାଜ୍ୟର କଳା ଓ ସଂସ୍କୃତି ସାରା ଦେଶରେ ପରିଚିତି ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ, ଟେକ୍ନୋଲୋଜି ଓ ଟୁରିଜିମ୍  ଉପରେ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ ଶିଳ୍ପ, ବାଣିଜ୍ୟ, ପରିବହନ, ନିଯୁକ୍ତ ଆଦି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ପାଇଁ ଏପରି ଆୟୋଜନ ନିଶ୍ଚିତ ସହାୟକ ହେବ। ଓଡ଼ିଶାର ଯୁବଶକ୍ତିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଇପାରିବ।କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ଅଭିଯାନରେ ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଉଛି। ଯାହା ଫଳରେ ସମଗ୍ର ବିକାଶ ଓ ବିପୁଳ ନିଯୁକ୍ତି ସୁଯୋଗ ପାଇଁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ନିବେଶକମାନଙ୍କ ପାଇଁ ଲାଭଦାୟକ ହେବ। କୌଣସି ଦେଶ ଏକାକୀ ବିକଶିତ ହୋଇନାହିଁ। ସବୁ ଦେଶ ବିକାଶ ପାଇଁ ଅନ୍ୟର ସହଯୋଗ ଲୋଡ଼ିଛନ୍ତି। ଆମେ ପ୍ରବାସୀ ଭାରତୀୟଙ୍କ ସହଯୋଗରେ ବିକଶିତ ଭାରତ ଗଢ଼ିବାକୁ ଚାହୁଁଛୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    69 %
    3.8kmh
    30 %
    Sun
    29 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ