Thursday, April 30, 2026
28.1 C
Odisha

    ମଝି ଆକାଶରେ କୋ-ପାଇଲଟ ହେଲେ ଅଚେତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଲଣ୍ଡନରୁ ପର୍ତ୍ତୁଗାଲ ରାଜଧାନୀ ଲିସବନ ଅଭିମୁଖେ ଯାଉଥିବା ଏକ ଇଜିଜେଟ ବିମାନରେ ଯାତ୍ରା କରୁଥିବା ସହପାଇଲଟ ମଝି ଆକାଶରେ ହଠାତ ଅଚେତ ହୋଇପଡ଼ିଥିଲେ। ଏହି ଘଟଣାପରେ ପାଇଲଟଙ୍କ ସମେତ ବିମାନର କ୍ରୁ ସଦସ୍ୟ ଓ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।ସୂଚନାଯୋଗ୍ୟ, ଜୁଲାଇ ୨୭ରେ ଇଜିଜେଟ ବିମାନ ଇଜେଡୱାଇ୨୪୫୯ ଲଣ୍ଡନର ଲ୍ୟୁଟନ ବିମାନବନ୍ଦରରୁ ଲିସବନ୍ ଅଭିମୁଖେ ଯାତ୍ରା କଲାବେଳେ ଏହି ଘଟଣା ଘଟିଥିଲା।ଏହି ସମୟ ମଧ୍ୟରେ ସହ-ପାଇଲଟ୍ କକପିଟରେ ଚେତାଶୂନ୍ୟ ହୋଇଯାଇଥିଲେ। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଏକ ରେଡ୍ ଆଲର୍ଟ ଜାରି କରାଯାଇଥିଲା। ବିମାନକୁ ଜରୁରୀକାଳିନ ପରିସ୍ଥିତିରେ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା।ବିମାନ ଅବତରଣ କରିବା ପୂର୍ବରୁ ମେଡିକାଲ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବିମାନ ଅବତରଣ କରିବା କ୍ଷଣି ସେମାନେ ତୁରନ୍ତ ପାଇଲଟଙ୍କୁ ସାଣ୍ଟା ମାରିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ସମୟ ମଧ୍ୟରେ ଜାରି କରାଯାଇଥିବା ରେଡ୍ ଆଲର୍ଟ ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ତଥାପି ୧୯୫ ଜଣ ଯାତ୍ରୀଙ୍କ ସହ ବିମାନ ସୁରକ୍ଷିତ ଭାବରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଲିସବନରେ ଅବତରଣ କରିଥିଲା ​​।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    53 %
    2.1kmh
    93 %
    Thu
    27 °
    Fri
    36 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ