Wednesday, April 15, 2026
27.1 C
Odisha

    ମଣିପୁର ସ୍ଥିତି ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

    ଆଗକୁ ପଢନ୍ତୁ

    ମଣିପୁରରେ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖି ତାଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ମଣିପୁରରେ ଗତବର୍ଷ ମେ’ରୁ ଜାତିଆଣ ହିଂସା ଲାଗିରହିଥିବାବେଳେ ମହିଳା ଓ ଶିଶୁଙ୍କ ସମେତ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ପାଖାପାଖି ଲକ୍ଷେ ଲୋକ ବାସହରା ହୋଇ ବିଭିନ୍ନ ରିଲିଫ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଛନ୍ତି। ୧୮ ମାସ ହେଲା ମଣିପୁରରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାରେ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଜନସାଧାରଣଙ୍କ ଦୁଃଖଦୁର୍ଦ୍ଦଶା ବଢ଼ିଚାଲିଛି। ସେମାନେ ଯେପରି ନିଜ ଘରେ ମର୍ଯ୍ୟାଦାର ସହ ଶାନ୍ତିରେ ରହିପାରିବେ ତାହା ସୁନିଶ୍ଚିତ କରାଇବା ପାଇଁ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଖାର୍ଗେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ସାମ୍ବିଧାନିକ ଦୃଷ୍ଟିରୁ ଏହା ଜରୁରୀ। ଦେଶର ରାଷ୍ଟ୍ରପତି ଏବଂ ସମ୍ବିଧାନର ତତ୍ତ୍ୱାବଧାରକ ଭାବେ ମଣିପୁରରେ ଥିବା ଆମ ନାଗରିକମାନଙ୍କ ଧନଜୀବନର ସୁରକ୍ଷା ପାଇଁ ଆପଣ ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ । ଏହା ଦ୍ୱାରା ମଣିପୁର ଜନସାଧାରଣ ପୁଣିଥରେ ସୁରକ୍ଷା ଓ ମର୍ଯ୍ୟାଦାର ସହ ନିଜ ଘରେ ଶାନ୍ତିରେ ରହିପାରିବେ ବୋଲି ମୁଁ ଦୃଢ଼ନିଶ୍ଚିତ ଥିବା ଖାର୍ଗେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    55 %
    2kmh
    0 %
    Tue
    27 °
    Wed
    42 °
    Thu
    44 °
    Fri
    44 °
    Sat
    43 °

    ସମ୍ବନ୍ଧିତ