Monday, March 16, 2026
23.6 C
Odisha

    ମଧୁମେହ ରୋଗ, ଆସ୍ଥାମା ଓ ବିପି ଭଳି ରୋଗର ରାମବାଣ ଏହି ପତ୍ରର ରସ

    ଆଗକୁ ପଢନ୍ତୁ

    ଅଧିକାଂଶ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଲୋକ ଔଷଧ ଖାଇଥାନ୍ତି। କିନ୍ତୁ ବିନା ଔଷଧରେ ବି ଭଲ ହୋଇପାରିବ ମଧୁମେହ, ଆସ୍ଥାମା ଏବଂ ବିପି ଭଳି ରୋଗ ।

    ଆମ ଚାରିପାଖରେ ଏମିତି ଅନେକ ଉଦ୍ଭିଦ ଅଛନ୍ତି ଯାହା ଔଷଧୀୟ ଗୁଣରେ ଭରପୁର ଥାନ୍ତି। ସେଗୁଡ଼ିକୁ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ। ସେଥିମଧ୍ୟରୁ ସାଦାବାହର ଉଦ୍ଭିଦ ଅନ୍ୟତମ। ଆୟୁର୍ବେଦରେ ସାଦାବାହର ଉଦ୍ଭିଦର ଉଭୟ ପତ୍ର ଓ ଫୁଲକୁ ଔଷଧ ଭାବରେ ବ୍ୟବହାର କରାଯାଏ। ମ୍ୟାଲେରିଆ, ମଧୁମେହ ରୋଗ, ଆସ୍ଥାମା, ବିପି ଭଳି ଗମ୍ଭୀର ରୋଗର ରାମବାଣ ବୋଲି ବିବେଚନା କରାଯାଏ।

    ସାଦାବାହର ଏଭଳି ଏକ ଗଛ ଯାହା ସବୁ ଜାଗାରେ ଉପଲବ୍ଧ ଥାଏ। ଅଧିକାଂଶ ଘର ଏବଂ ପାର୍କ ଚାରିପାଖରେ ଥିବା ଖାଲି ଜମିରେ ଏହା ସହଜରେ ମିଳିପାରିବ। ଏହି ଗଛର ଉଚ୍ଚତା ୨ ରୁ ୩ ଫୁଟ ଥିବା ବେଳେ ଏହାର ପତ୍ର ଛୋଟ ଏବଂ ଏହାର ଫୁଲ ଧଳା ଏବଂ ଗୋଲାପୀ ରଙ୍ଗର ହୋଇଥାଏ। ଏହି ଗଛ ପତ୍ରର ରସ ଅନେକ ରୋଗରୁ ମୁକ୍ତି ଦେଇଥାଏ । ସାଦାବାହର ଏକ ଅତ୍ୟନ୍ତ ପ୍ରଭାବଶାଳୀ, ଲାଭଦାୟକ ଔଷଧ ରୂପେ କାମ କରିଥାଏ । ଏହାର ଉଭୟ ପତ୍ର ଏବଂ ଫୁଲକୁ ବ୍ୟବହାର କରାଯାଏ ।

    ଆୟୁର୍ବେଦିକ ଚିକିତ୍ସକ ଡକ୍ଟର ଅମିତ ବର୍ମା କହିଛନ୍ତି ଯେ, ସାଦାବାହର ଗଛକୁ ବେନକା ମଧ୍ୟ କୁହାଯାଏ। ଏହାର ପତ୍ରର ରସ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ବ୍ୟତୀତ ମ୍ୟାଲେରିଆ ଭଳି ରୋଗ ସହିତ ଲଢିବାର କ୍ଷମତା ରହିଛି। ଯଦି ଶରୀର ଦୁର୍ବଳ ଥାଏ ଏବଂ ଆସ୍ଥାମା ରୋଗ ଥାଏ ତେବେ ଏହି ପତ୍ରର ରସ ବାହାର କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହେ । ଏହା ବ୍ୟତୀତ ଏହାର ପତ୍ର ଶୁଖାଯାଇ ପାଉଡର ଭାବରେ ବ୍ୟବହାର କରିପାରିବେ । ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ଶକ୍ତି ବଢିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    41 %
    1.3kmh
    2 %
    Mon
    38 °
    Tue
    38 °
    Wed
    37 °
    Thu
    35 °
    Fri
    34 °

    ସମ୍ବନ୍ଧିତ