Sunday, September 27, 2026
24.7 C
Odisha

    ମମତା ବାନାର୍ଜୀଙ୍କ ବଡ଼ ଘୋଷଣା; ଦୀଘାରେ ହେଉଛି ପୁରୀ ଭଳି ଜଗନ୍ନାଥ ମନ୍ଦିର

    ଆଗକୁ ପଢନ୍ତୁ

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆସନ୍ତା ବର୍ଷଠାରୁ ଦୀଘାରେ ମଧ୍ୟ ରଥଯାତ୍ରା ପାଳନ କରାଯିବ। ଶୁକ୍ରବାର ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଜଗନ୍ନାଥ ମନ୍ଦିରର ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଆସନ୍ତା ବର୍ଷଠାରୁ ଦୀଘାରେ ମଧ୍ୟ ରଥଯାତ୍ରା କାର୍ଯ୍ୟକ୍ରମ ଧୁମଧାମରେ ଆୟୋଜନ କରାଯିବ। ଦୀଘା ସ୍ଥିତ ଜଗନ୍ନାଥ ମନ୍ଦିରର କିଛି କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆସନ୍ତା ବର୍ଷ ରଥଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହା ଶେଷ ହେବା ଜରୁରୀ।

    ରାଜ୍ୟ ସରକାରଙ୍କ ଉଦ୍ୟମରେ ପୁରୀ ଭଳି ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଉଛି। ଚଳିତ ବର୍ଷ ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ଦିର ଉଦଘାଟନ ପାଇଁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ଲୋକସଭା ନିର୍ବାଚନ ଯୋଗୁଁ ଉଦ୍ ଘାଟନ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ପ୍ରଚାର କରୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ, ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। କିନ୍ତୁ ଦୀଘାରେ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଦୀଘାର ଏହି ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିର ଭଳି ଉଚ୍ଚ ହେବ। ଏତଦ୍ ବ୍ୟତୀତ ମନ୍ଦିର ଚାରିପଟେ ଡିଜାଇନ୍ ମଧ୍ୟ କିଛି ମାତ୍ରାରେ ସମାନ। ପୁରୀରେ ମହାପ୍ରଭୁଙ୍କ ଭୋଗ ବଣ୍ଟନ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି। ଦୀଘା ମନ୍ଦିରରେ ମଧ୍ୟ ସେମାନଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯିବ। ନିର୍ଦ୍ଦିଷ୍ଟ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ଭୋଗ ବଣ୍ଟନ ପାଇଁ ଯୋଜନା ରହିଛି। ପୁରୀର ମନ୍ଦିର ତୁଳନାରେ ଦୀଘାରେ ଏହି ବ୍ୟବସ୍ଥା ସାମାନ୍ୟ ଅଧିକ ରଖାଯାଇଛି। ପୁରୀ ମନ୍ଦିରର ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି ବାନା । ଯାହା ପ୍ରତିଦିନ ବଦଳୁଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀର ପ୍ରତିମୂର୍ତ୍ତିର ଫଟୋ ରାଜସ୍ଥାନର କଳାକାରଙ୍କୁ ପଠାଇଥିଲେ । ସେପରି ଢାଞ୍ଚାରେ ଚତୁର୍ଦ୍ଧା ବିଗ୍ରହଙ୍କ ହେବ ନିର୍ମାଣ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ