Thursday, September 10, 2026
24.1 C
Odisha

    ମହାକୁମ୍ଭରେ ବୁଡ଼ ପକାଇଲେ ମୋଦୀ; ରୁଦ୍ରାକ୍ଷ ଧରି ଜପିଲେ ମନ୍ତ୍ର

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ ସେଠାରେ ପହଞ୍ଚିବା ପାଇଁ ଏକ ଡଙ୍ଗାରେ ଯାତ୍ରା କରିଥିବା ଜାଣିବାକୁ ମିଳିଛି। ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ରହିଛନ୍ତି। ମୋଦୀ ତ୍ରିବେଣୀ ସଂଗରେ ଆ‌ଣ୍ଠୁଏ ପାଣିରେ ପଶି ରୁଦ୍ରାକ୍ଷ ମାଳା ଧରି ମନ୍ତ୍ର ଜପ କରୁଥିବାର ଦେଖିବାକୁ ମିଳିଛି।

    ମୋଦୀଙ୍କ ଗସ୍ତ ପାଇଁ ସଙ୍ଗମ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପ୍ରୟାଗରାଜରେ ପହଞ୍ଚି ପ୍ରଥମେ ନୌକାବିହାର କରି ବୁଡ଼ ପକାଇବା ପରେ ଆଖଡା ସାଧୁସନ୍ଥଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

    ମୌନୀ ଅମାବାସ୍ୟା ଅମୃତ ସ୍ନାନ ସମୟରେ ଏଠାରେ ଦଳାଚକଟାରେ ଅତି କମ୍‌ରେ ୩୦ ଜଣଙ୍କ ମୃତ୍ୟୁ ଘଟିବାର କିଛି ଦିନ ପରେ ମୋଦୀ ବୁଡ଼ ପକାଇବାକୁ ଯାଇ ପହଞ୍ଚିଛନ୍ତି।

    ଫେବ୍ରୁଆରି ୫ରେ ଦିଲ୍ଲୀ ନିର୍ବାଚନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଏହିଦିନର ଏକ ବିଶେଷ ମହତ୍ତ୍ବ ରହିଛି। ଅନେକ ହିନ୍ଦୁ ଧାର୍ମିକ ପରମ୍ପରା ଓ ଐତିହାସିକ ଘଟଣା ସହିତ ଜଡିତ ମାଘ ଅଷ୍ଟମୀ ଓ ଭୀଷ୍ମ ଅଷ୍ଟମୀ ପାଳନ କରନ୍ତି। ମାଘ ଅଷ୍ଟମୀରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ଅନେକ ଲୋକ ସ୍ନାନ, ଭିକ୍ଷା ଅର୍ପଣ ଓ ଧ୍ୟାନ ପାଇଁ ଏକାଠି ହୁଅନ୍ତି। ଧାର୍ମିକ ପରମ୍ପରା ଦ୍ୱାରା ପରିଚିତ ଗୁପ୍ତ ନବରାତ୍ରି ସହିତ ମଧ୍ୟ ଏହି ଦିବସ ପାଳନ କରାଯାଏ। ଭୀଷ୍ମ ଅଷ୍ଟମୀ ମହାଭାରତର ଭୀଷ୍ମ ପିତାମହଙ୍କ ସ୍ମୃତିରେ ପାଳନ କରାଯାଏ। ସୂର୍ଯ୍ୟ ଉତ୍ତରାୟଣ ଓ ଶୁକ୍ଳପକ୍ଷକୁ ଯିବା ପର୍ଯ୍ୟନ୍ତ ସେ ଶରଶଯ୍ୟାରେ ରହିଥିଲେ। ଏହି ମାଘ ଶୁକ୍ଳ ଅଷ୍ଟମୀ ଦିନ ସେ ଦେହତ୍ୟାଗ କରିଥିଲେ। ତେଣୁ ଏହିଦିନ ପବିତ୍ର ନଦୀରେ ସ୍ନାନ କରି ଭୀ‌ଷ୍ମଙ୍କୁ ତିଳତର୍ପଣ ଓ ପିଣ୍ଡଦାନ କରାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    96 %
    1.4kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ