Friday, September 18, 2026
31.1 C
Odisha

    ମହାକୁମ୍ଭରେ ଭକ୍ତଙ୍କ ସଂଖ୍ୟା ଗଣୁଛି ସ୍ବତନ୍ତ୍ର ଏଆଇ ଟୁଲ୍‌

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ବିଶାଳ କୁମ୍ଭମେଳା ପଡ଼ିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମର୍ଥିତ ସଫ୍ଟୱେର ସହାୟତାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଗଣିବା ସମ୍ଭବ ହେଉଛି। ଏହି ସଫ୍ଟୱେର ସହାୟତାରେ ଗୁରୁତ୍ୱପୂର୍ଣ୍ଣ ମନିଟରିଂ ଓ ଆସେସମେଣ୍ଟ ଟୁଲ୍‌ରୁ ମିଳିଥିବା ସୂଚନାକୁ ଅନ୍ତର୍ଭୁକ୍ତ କରିବା ସହ ୭୪୪ଟି ଅସ୍ଥାୟୀ ସିସିଟିଭି କ୍ୟାମେରା ଓ ୧୧୦୦ ସ୍ଥାୟୀ କ୍ୟାମେରାର ସର୍ଭେଲାନ୍ସ ନେଟୱର୍କ ସମେତ ୪୮ଟି ସ୍ନାନଘାଟରେ ଭିଡ଼ର ରିୟଲ ଟାଇମ୍ ଆକଳନ କରାଯାଉଛି। ଏହା ଫଳରେ ପ୍ରତି ଘଣ୍ଟାରେ ସଙ୍ଗମ ଜଳରେ ସ୍ନାନ କରୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଗଣତି କରିବା ସମ୍ଭବ ହୋଇପାରୁଛି। ମହାମେଳା ଆରମ୍ଭ ହେବା ପୂର୍ବରୁ ଅନେକ ଥର ଭିଡ଼ ଗଣନା ରିହର୍ସଲ କରାଯାଇଥିଲା ବୋଲି ଅତିରିକ୍ତ ମେଳା ଅଧିକାରୀ ବିବେକ ଚତୁର୍ବେଦୀ କହିଛନ୍ତି। ଏକ ବିଶେଷଜ୍ଞ ଦଳ ସଙ୍ଗମ ପାର୍ଶ୍ୱରେ ଥିବା ୪୮ଟି ସ୍ନାନଘାଟରେ ଘଣ୍ଟା ପ୍ରତି ଭିଡ଼ ଆକଳନର ଏକ ଚାର୍ଟ ପ୍ରସ୍ତୁତ କରୁଥିବା ବେଳେ ଏକ କଷ୍ଟମାଇଜ୍‌ଡ ସଫ୍ଟୱେରରେ ଆକାଶମାର୍ଗରୁ ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳରେ ଆନୁମାନିକ ଭିଡ଼ର ଘନତା ଦର୍ଶାଇଥାଏ ବୋଲି ସେ ସୂଚନା ଦେଇଛନ୍ତି। ମେଳା ଅଞ୍ଚଳରେ ଥିବା ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି)ରେ ଏକ ଉତ୍ସର୍ଗୀକୃତ ବୈଷୟିକ ଦଳକୁ ଭିଡ଼ ଘନତା ନିରୀକ୍ଷଣ ଦାୟିତ୍ବ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.1 ° C
    31.1 °
    31.1 °
    65 %
    2.2kmh
    51 %
    Fri
    31 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ