Tuesday, September 29, 2026
23.1 C
Odisha

    ମୁଁ କୁଆଡ଼େ ଯାଇନାହିଁ, ମିଥ୍ୟା ପ୍ରଚାର କରାଯାଉଛି: ଆଇଆଇଟି ବାବା

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଜଣେ ଜଣେ ଅନନ୍ୟ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ସାମିଲ ହୋଇଛନ୍ତି। ସବୁଠୁ ଚର୍ଚ୍ଚାରେ ରହିଛନ୍ତି ‘ଆଇଆଇଟି ବାବା’ ଓରଫ ଅଭୟ ସିଂହ। ପୂର୍ବତନ ଏରୋସ୍ପେସ୍ ଇଞ୍ଜିନିୟର ସିଂହ ଏହି ମହାନ ଧାର୍ମିକ ମହାକୁମ୍ଭ ମେଳାକୁ ଆସି ଚର୍ଚ୍ଚିତ ହୋଇଛନ୍ତି। ଶୁକ୍ରବାର ସେ ମେଳା ଛାଡ଼ି ଚାଲିଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଏହି ଚର୍ଚ୍ଚା ମିଛ ବୋଲି କହିଛନ୍ତି ଆଇଆଇଟି ବାବା। ସେ ଏବେ ବି ମହାକୁମ୍ଭରେ ଥିବା ସ୍ପଷ୍ଟ କରିଛନ୍ତି।ଅଭୟ ସିଂହ ମହାକୁମ୍ଭ ମେଳା ସମୟରେ ଜୁନା ଅଖାଡ଼ାର ୧୬ମାଡି ଆଶ୍ରମରୁ ହଠାତ୍ କୌଣସି ଅଜଣା ସ୍ଥାନକୁ ଚାଲିଯାଇଥିବା କୁହାଯାଇଥିଲା। ଏହି ଚର୍ଚ୍ଚା ହେବାରୁ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅଭୟ ସିଂହ ଆଶ୍ରମର ସାଧୁମାନଙ୍କୁ ମିଥ୍ୟା ପ୍ରଚାର ପାଇଁ ଦାୟୀ କରିଛନ୍ତି।

    ଜୁନା ଅଖାଡ଼ାର ୧୬ ମାଡି ଆଶ୍ରମରେ ଉପସ୍ଥିତ ଅନ୍ୟ ସାଧୁମାନଙ୍କ ଅନୁସାରେ, “ଅଭୟ ସିଂହ ନିରନ୍ତର ସାକ୍ଷାତକାର ଦେଉଥିଲେ। ଏହା ତାଙ୍କ ମନକୁ ପ୍ରଭାବିତ କରୁଥିଲା ଏବଂ ସେ ଗଣମାଧ୍ୟମକୁ କିଛି ଏଭଳି କଥା ମଧ୍ୟ କହିଥିଲେ ଯାହା ଉପଯୁକ୍ତ ନଥିଲା। ତାଙ୍କୁ ଜୁନା ଅଖାଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଅବଧେଶାନନ୍ଦ ଗିରିଙ୍କ ପାଖକୁ ନିଆଯାଇଥିଲା। ଅଭୟ ସିଂହଙ୍କ ମାନସିକ ଅବସ୍ଥା ଦେଖି ଜୁନା ଅଖାଡ଼ା ‌ସେ ଆଶ୍ରମ ଛାଡିବା ଉଚିତ ବୋଲି ନିଷ୍ପତ୍ତି ନେଇଥିଲେ ଏବଂ ଏହା ପରେ, ଅଭୟ ବିଳମ୍ବିତ ରାତିରେ ଆଶ୍ରମ ଛାଡି ଚାଲିଯାଇଥିଲେ।” ଏହା ଉପରେ ପ୍ରତିକ୍ରିୟା ଦେଇ ଅଭୟ କହିଛନ୍ତି ଯେ, “ସେମାନେ ମୋ ବିଷୟରେ ଭୁଲ ଖବର ପ୍ରଚାର କଲେ। ସେମାନେ ମୋତେ ରାତିରେ ସେଠାରୁ ଚାଲିଯିବାକୁ କହିଥିଲେ। ପରେ ସେମାନେ ଅନୁଭବ କଲେ ଯେ, ମୁଁ ପ୍ରସିଦ୍ଧ ହୋଇଗଲିଣି। ଯଦି ମୁଁ କିଛି ଜାଣିବି ତେବେ ତାହା ତାଙ୍କ ବିରୋଧରେ ଯିବ। ତେଣୁ ସେମାନେ ମିଛ କହିଦେଲେ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ