Sunday, July 5, 2026
23.2 C
Odisha

    ମୁଖ୍ୟମନ୍ତ୍ରୀଙ୍କ ଚାକିରି ବିକ୍ରି ମନ୍ତବ୍ୟ ସଂପୂର୍ଣ୍ଣ ନିରାଧାର ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ବିଜେଡି

    ଆଗକୁ ପଢନ୍ତୁ

    ଗତ ସରକାରଙ୍କ ଅମଳରେ ଚାକିରି ବିକ୍ରି ହେଉଥିଲା ବୋଲି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ କାଲି ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ନିରାଧାର ଓ ରାଜନୈତିକ ଅଭିଶନ୍ଧି ପ୍ରଣୋଦିତ ହୋଇଥିବା ସହିତ ମୁଖ୍ୟମନ୍ତ୍ରୀ ହତାଶ ଭାବକୁ ପଦାରେ ପକାଉଛି ବୋଲି ବିଜେଡ଼ି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟ ଶାସନ ଭାରର ମୁଖ୍ୟ ଭାବେ ତାଙ୍କର କ୍ଷମତା ରହିଛି ଯଦି ଏପରି କିଛି ଅନିୟମିତତା ହୋଇଥିବା ତାଙ୍କ ପାଖରେ ସୂଚନା ଅଛି, ତାହେଲେ ସେ ତାର ସତ୍ୟାସତ୍ୟ ତଦନ୍ତ ମାଧ୍ୟମରେ ପଦାକୁ ଆଣିବା ସହିତ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାପାଇଁ ବ୍ୟବସ୍ଥା କରିବା ତାଙ୍କର କର୍ତ୍ତବ୍ୟ। କିନ୍ତୁ, ତା ନକରି, କେବଳ ଏକ ଉଦ୍ଭଟ ଅଭିଯୋଗ ଆଣି ହଟଚମଟ ସୃଷ୍ଟି କରିବା, କେବଳ ତାଙ୍କର ହତାଶ ଭାବକୁ ଦର୍ଶାଉଛି। ଏଥିରୁ, ସ୍ପଷ୍ଟ ହେଉଛି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝିଙ୍କର ରାଜ୍ୟର ଶାସନ ଭାର ଉପରେ ନିୟନ୍ତ୍ରଣ ନାହିଁ।
    ମ ହଂଡ଼ଃ ମହାନ୍ତି ଆହୁରି କହିଛନ୍ତି, ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେବାର ଗତ ଛଅ ମାସ ଭିତରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିଫଳତା ତାଲିକା ଦିନକୁ ଦିନ ଲମ୍ବା ହୋଇ ଚାଲିଛି। ସରକାର ଦାୟିତ୍ୱ ନେବାର ପ୍ରଥମ ଦିନ ହିଁ ଓଡ଼ିଆ ଅସ୍ମିତା ଉପରେ ପ୍ରହାର ସଦୃଶ୍ୟ ରାଜ୍ୟପାଳଙ୍କ ପୁଅ ଦ୍ୱାରା ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମରାଯିବା ସହ ଜୋତା ଚାଟିବା ଭଳି ଅମାନବୀୟ ଘଟଣା ଘଟିଥିଲା। ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ, ସରକାର ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ରଥଯାତ୍ରା ବେଳେ ପହଣ୍ଡି ସମୟରେ ବଡ଼ ଠାକୁର ପଡିଗଲେ, ସରକାର ତଦନ୍ତ କରିବେ କହି ଭୁଲିଗଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    94 %
    7.9kmh
    100 %
    Sun
    24 °
    Mon
    25 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ