Sunday, July 5, 2026
24.1 C
Odisha

    ଆଜି ତୃତୀୟ ବିବାହ କରିବେ ମିଷ୍ଟର ପରଫେକ୍ସନିଷ୍ଟ, ଗୌରୀ ସ୍ପ୍ରାଟଙ୍କ ହାତ ଧରିବେ ଆମିର୍

    ଆଗକୁ ପଢନ୍ତୁ

    ଆଜି ବାହାହେବ ମିଷ୍ଟର ପରଫେକ୍ସନିଷ୍ଟ । ତୃତୀୟ ବିବାହ କରିବେ ଆମିର ଖାନ୍ । ଗୌରୀ ସ୍ପ୍ରାଟଙ୍କ ହାତ ଧରିବେ ଆମିର୍ । ଏହି ବିବାହ କୌଣସି ଆଡମ୍ବରପୂର୍ଣ୍ଣ ହେବ ନାହିଁ, ବରଂ ତାଙ୍କ ନିଜ ବାସଭବନରେ ଏକ ସ୍ୱଳ୍ପ ପରିସର ମଧ୍ୟରେ ଖୁବ୍ ବ୍ୟକ୍ତିଗତ ଭାବେ ସମ୍ପନ୍ନ ହେବ । ଏହି ଷ୍ଟାର୍ କପଲ୍ କୌଣସି ବଡ଼ ଡେଷ୍ଟିନେସନ ୱେଡିଂ କିମ୍ୱା ଗ୍ରାଣ୍ଡ ପାର୍ଟି ନୁହେଁ ବରଂ ଏକ ସରଳ ରେଜିଷ୍ଟ୍ରି ମ୍ୟାରେଜ୍ କୁ ବାଛିଛନ୍ତି । କେବଳ ଅତି ନିକଟତର ଆତ୍ମୀୟ ସ୍ୱଜନ ହିଁ ଏଥିରେ ସାମିଲ ହେବେ । ଏହି ସ୍ପେଶାଲ ଦିନ ପାଇଁ ଆମିର ନିଜ ଫିଲ୍ମ ସୁଟିଂରୁ ମଧ୍ୟ ବ୍ରେକ୍ ନେଇଛନ୍ତି । ବେଙ୍ଗାଲୁରୁର ଏବଂ ବର୍ତ୍ତମାନ ମୁମ୍ବାଇରେ ରହୁଥିବା ଗୌରୀ ସ୍ପ୍ରାଟ୍ ଫ୍ୟାଶନ ଏବଂ ୱେଲନେସ୍ ଇଣ୍ଡଷ୍ଟ୍ରି ସହ ଜଡ଼ିତ ।

    ଆମିର ଓ ଗୌରୀ ପରସ୍ପରକୁ ପ୍ରାୟ ୨୫ ବର୍ଷ ହେବ ଜାଣିଥିଲେ ମଧ୍ୟ ଗତ ଦୁଇ ବର୍ଷ ହେବ ସେମାନଙ୍କ ପ୍ରେମ ସମ୍ପର୍କ ଗଭୀର ହୋଇଥିଲା । ଗତବର୍ଷ ଆମିରଙ୍କ ୬୦ତମ ଜନ୍ମଦିନରେ ଗୌରୀଙ୍କୁ ଗଣମାଧ୍ୟମ ସହ ପରିଚିତ କରାଇଥିଲେ । ପୂର୍ବରୁ ଆମିର ଖାନ ପ୍ରଥମେ ରୀନା ଦତ୍ତ (୧୯୮୬-୨୦୦୨)ଙ୍କୁ ବିବାହ କରିଥିଲେ, ଯାହାଙ୍କଠାରୁ ତାଙ୍କର ଦୁଇ ସନ୍ତାନ ଜୁନୈଦ ଓ ଇରା ଅଛନ୍ତି । ପରେ ସେ ଫିଲ୍ମ ମେକର କିରଣ ରାଓ (୨୦୦୫-୨୦୨୧)ଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ପୁତ୍ର ସନ୍ତାନ ‘ଆଜାଦ’ ଅଛନ୍ତି । ଆମିର ଓ ଗୌରୀଙ୍କ ଜୀବନର ଏହି ନୂଆ ଅଧ୍ୟାୟ ପାଇଁ ଫ୍ୟାନ୍ସ ଏବଂ ବଲିଉଡ୍ ସେଲିବ୍ରିଟିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    98 %
    2.4kmh
    100 %
    Sun
    24 °
    Mon
    29 °
    Tue
    30 °
    Wed
    30 °
    Thu
    32 °

    ସମ୍ବନ୍ଧିତ