Friday, September 18, 2026
29.7 C
Odisha

    ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ୍) ରେଜଲ୍ଟ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା(ଏନଆରଟିଏସ୍) ରେଜଲ୍ଟ ପ୍ରକାଶ ପାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ରେଜଲ୍ଟ ବୋର୍ଡ ୱେବସାଇଟରେ ଜାରି କରାଯାଇଛି। ନଭେମ୍ବର ମାସ ୫ ତାରିଖରେ ୩୩୪ଟି ପରୀକ୍ଷା କେନ୍ଦ୍ରରେ ୫୧ ହଜାର ୯୨୪ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ।,ଉକ୍ତ ପରୀକ୍ଷାରେ ୧୭୬୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ ।ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୩ରେ ଏନଆରଟିଏସ୍ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପୂର୍ବରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରିବା ସହିତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିଥିଲେ । ସେହି ଅବସରରେ ଅକ୍ଟୋବର ୨୩ରେ ହେବାକୁ ଥିବା ଏନଆରଟିଏସ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ନଭେମ୍ବର ୫ରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ଗୋଷଣା କରାଯାଇଥିଲା । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    70 %
    1.4kmh
    91 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ