Sunday, September 13, 2026
23 C
Odisha

    ମୋଦି, ଯୋଗୀଙ୍କୁ ପ୍ରଶଂସା କରିବାରୁ ତିନି ତଲାକ୍‌

    ଆଗକୁ ପଢନ୍ତୁ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ଉତ୍ତରପ୍ରଦେଶ ବହରାଇଚ ଜିଲା ମହୋଲ୍ଲା ସରାୟରେ ରହୁଥିବା ମରିୟମ ନାମ୍ନୀ ଜଣେ ମୁସଲମାନ ମହିଳାଙ୍କୁ ଭାରି ପଡ଼ିଛି। ମରିୟମଙ୍କ ଉପରେ ତାଙ୍କ ସ୍ବାମୀ ଅର୍ସଦ ଗରମ ଡାଲି ପକାଇବା ସହ ତାଙ୍କୁ ଟ୍ରିପଲ ତଲାକ୍‌ ଦେଇଛନ୍ତି। ଶନିବାର ବହରାଇଚ ଜିଲା ଜରଓ୍ବାଲ ରୋଡ୍‌ ଥାନାରେ ଅଭିଯୋଗ କରି ପୀଡ଼ିତା କହିଛନ୍ତି, ଟ୍ରିପଲ ତଲାକ୍‌ ଦେବା ପୂର୍ବରୁ ତାଙ୍କ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ତାଙ୍କୁ ମାଡ଼ ମାରିବା ସହ ବହୁ ଅତ୍ୟାଚାର କରିଥିଲେ। ଏପରିକି ଶାଶୁ, ନଣନ୍ଦ ଓ ଦିଅର ମିଶି ତାଙ୍କୁ ଗଳା ଚିପି ହତ୍ୟା କରିବାକୁ ପ୍ରୟାସ କରିଥିଲେ।
    ଅଯୋଧ୍ୟାର କୋଟ୍‌ଓ୍ବଲି ନଗରରେ ରହୁଥିବା ଅର୍ସଦଙ୍କ ସହ ଗତବର୍ଷ ଡିସେମ୍ବର ୧୩ରେ ମରିୟମଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ମରିୟମ ଅଯୋଧ୍ୟା ଧାମ ଭ୍ରମଣ କରୁଥିଲେ, ସେତେବେଳେ ଅଯୋଧ୍ୟାର ରାସ୍ତା, ସୌନ୍ଦର୍ଯ୍ୟକରଣ, ବିକାଶ ଏବଂ ପରିବେଶ ତାଙ୍କୁ ପ୍ରଭାବିତ କରିଥିଲା। ସେଥିପାଇଁ ସେ ସ୍ବାମୀ ଅର୍ସଦଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିଥିଲେ।
    ଏଥିରେ ଅର୍ସଦ କ୍ଷୁବ୍ଧ ହୋଇ ମୋଦି, ଯୋଗୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବା ସହ ମରିୟମଙ୍କୁ ତଲାକ୍‌, ତଲାକ୍‌, ତଲାକ୍‌ କହି ତାଙ୍କୁ ତିନି ତଲାକ୍‌ ଦେଇଥିଲେ ବୋଲି ଜରଓ୍ବାଲ ରୋଡ୍‌ ଥାନାର ଇନ୍‌ସ୍ପେକ୍ଟର ବ୍ରିଜଲାଲ ପ୍ରସାଦ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ