Friday, May 8, 2026
25.4 C
Odisha

    ମ୍ୟାମାର ଓ ଥାଇଲାଣ୍ଡରେ ସାଇବର୍‌ କ୍ରୀତଦାସ ମାମଲା: ୫୦୦ରୁ ଅଧିକ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମ୍ୟାମାର ଓ ଥାଇଲାଣ୍ଡରେ ନକଲି ଚାକିରି ତଥା ସାଇବର କ୍ରୀତଦାସ ଶିକାର ହୋଇଥିବା ୨୬୬ ଜଣ ଭାରତୀୟଙ୍କୁ ମଙ୍ଗଳବାର ପ୍ରତ୍ୟାବର୍ତ୍ତନ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତିରେ କହିଛି। ଏହା ପୂର୍ବରୁ ସୋମବାର ୨୮୩ ଜଣ ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା। ଗତକାଲି ଦକ୍ଷିଣ ପୂର୍ବ ଏସିଆର ସାଇବର କ୍ରାଇମ୍ ସେଣ୍ଟରରୁ ମୁକ୍ତ ହୋଇଥିବା ୨୬୬ ଜଣ ଭାରତୀୟଙ୍କୁ ଭାରତୀୟ ବାୟୁସେନାର ବିମାନ ଯୋଗେ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ବ୍ୟବସ୍ଥା କରିଥିଲେ। ସୋମବାର ମଧ୍ୟ ୨୮୩ ଜଣ ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା। ଭାରତୀୟ ଦୂତାବାସ ମ୍ୟାଁମାରଓ ଥାଇଲାଣ୍ଡ ସରକାରଙ୍କ ସହ ମିଶି ସେମାନଙ୍କ ମୁକ୍ତିକୁ ସୁରକ୍ଷିତ କରିବା ସହ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ୍ସ ପୋଷ୍ଟ୍‌ରେ କହିଛନ୍ତି।

    ସରକାର କହିଛନ୍ତି ଯେ ଏହି ଭାରତୀୟ ନାଗରିକମାନଙ୍କୁ ନକଲି ଚାକିରି ଅଫର ଦେଇ ପ୍ରଲୋଭିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସାଇବର ଅପରାଧରେ ଅଂଶଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା। ମ୍ୟାଁମାର-ଥାଇଲାଣ୍ଡ ସୀମାରେ ଥିବା ଅଞ୍ଚଳରେ ଚାଲୁଥିବା ଦୁର୍ନୀତି କେନ୍ଦ୍ରଗୁଡ଼ିକରେ ଅନ୍ୟ ଜାଲିଆତି କାର୍ଯ୍ୟକଳାପରେ ମଧ୍ୟ ଲିପ୍ତ କରାଯାଇଥିଲା। ଭାରତୀୟ ନାଗରିକମାନେ ବିଦେଶ ମିସନ ଜରିଆରେ ବିଦେଶୀ ନିଯୁକ୍ତିଦାତାଙ୍କ ପ୍ରମାଣପତ୍ର ଯାଞ୍ଚ କରିବା ସହ ଚାକିରି ଅଫର ଗ୍ରହଣ କରିବା ପୂର୍ବରୁ ରିକ୍ରୁଟିଂ ଏଜେଣ୍ଟ ଓ କମ୍ପାନିର ପୂର୍ବାବସ୍ଥା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.4 ° C
    25.4 °
    25.4 °
    82 %
    2.4kmh
    77 %
    Thu
    25 °
    Fri
    38 °
    Sat
    40 °
    Sun
    39 °
    Mon
    39 °

    ସମ୍ବନ୍ଧିତ