ଆଜି ପୁଣି  ସୀମାନ୍ତ ନେରିଡିବାଲସାରେ ୨ ରାଜ୍ୟର ପୁଲିସ ମୁହାଁମୁହିଁ ହୋଇଥିଲେ। ଆନ୍ଧ୍ରର ନିର୍ବାଚନ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଓଡିଶା ପୁଲିସ ବ୍ୟାରିକେଡ୍ କରିଥିବା ବେଳେ ଏହାକୁ ଆନ୍ଧ୍ର ପୁଲିସ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଉତ୍ତେଳଜନା ଜାରି ରହିଥିବା ଦେଖିବାକୁ ମିଳିଛି। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ  ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ପ୍ଲାଟୁନ ପୁଲିସ ଫର୍ସକୁ ପଠାଯାଇଥିବା ଜଣାପଡିଛି।