ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣୀ, ତର୍କଶକ୍ତି, ବ୍ୟବସାୟ ଓ ଯୋଗାଯୋଗର କାରକ ବୋଲି କୁହାଯାଏ । ତେଣୁ ବୁଧଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶିର ଜାତକଙ୍କ ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି । ଆଜି ସକାଳ ୫ଟା ୫୩ ମିନିଟରେ ବୁଧ ଦେବ ରାହୁଙ୍କ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବେ। ବୁଧଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ । ବିଶେଷକରି ଚାକିରି, ବ୍ୟବସାୟ, କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ମିଳିପାରେ ଲାଭ । ତେବେ ଜାଣନ୍ତୁ କେଉଁ ୪ଟି ରାଶିଙ୍କ ପାଇଁ ଖୋଲିପାରେ ଭାଗ୍ୟର ନୂଆ ରାସ୍ତା।
ମିଥୁନ ରାଶି: ମିଥୁନ ରାଶିର ଜାତକଙ୍କ ପାଇଁ ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଅନେକ ଦୃଷ୍ଟିରୁ ଶୁଭ ରହିପାରେ । ଆପଣଙ୍କ ଚିନ୍ତା କରିବା ଓ ନିଷ୍ପତ୍ତି ନେବାର କ୍ଷମତାରେ ଉନ୍ନତି ଆସିବ । ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିପାରେ । ଆପଣଙ୍କ ପରିଶ୍ରମରେ ବରିଷ୍ଠ ଅଧିକାରୀ ପ୍ରଭାବିତ ହେବେ । ଲେଖାଲେଖି, ଗଣମାଧ୍ୟମ, କଳା ଓ ସୃଜନଶୀଳ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ବିଶେଷ ଲାଭ ମିଳିପାରେ । କ୍ୟାରିୟରରେ ନୂଆ ସୁଯୋଗ ମଧ୍ୟ ମିଳିପାରେ ।
କନ୍ୟା ରାଶି: କନ୍ୟା ରାଶିର ଜାତକଙ୍କ ପାଇଁ ଏହି ନକ୍ଷତ୍ର ପରିବର୍ତ୍ତନ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହୋଇପାରେ । ଆୟ ବୃଦ୍ଧି ସହ ଅର୍ଥ ସଞ୍ଚୟ କରିବାର ନୂଆ ସୁଯୋଗ ମିଳିପାରେ। ଚାକିରିଆଙ୍କୁ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ନେଇ ଖୁସି ଖବର ମିଳିବାର ସମ୍ଭାବନା ରହିଛି । ପାରିବାରିକ ବ୍ୟବସାୟରେ ମଧ୍ୟ ଭଲ ଲାଭ ମିଳିପାରେ । ଆପଣଙ୍କ କଥାବାର୍ତ୍ତା ଶୈଳୀ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ସମାଜରେ ମାନ-ସମ୍ମାନ ବଢ଼ିପାରେ ।
ଧନୁ ରାଶି: ଧନୁ ରାଶିର ଜାତକଙ୍କ ପାଇଁ ବୁଧଙ୍କ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ ଶୁଭ ଫଳ ଆଣିପାରେ । ଆୟ ବୃଦ୍ଧି ସହ ଧନଲାଭର ନୂଆ ରାସ୍ତା ଖୋଲିପାରେ । ବ୍ୟବସାୟୀମାନଙ୍କୁ ବ୍ୟବସାୟ ବିସ୍ତାର କରିବାର ସୁଯୋଗ ମିଳିବ । ଚାକିରିଆଙ୍କୁ ବଡ଼ ଦାୟିତ୍ୱ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିଙ୍କ ସହଯୋଗ ମିଳିବା ଫଳରେ ଅଟକି ରହିଥିବା କାମ ପୂରଣ ହୋଇପାରେ । ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବାର ସମ୍ଭାବନା ରହିଛି ।
ମକର ରାଶି: ମକର ରାଶିର ଜାତକଙ୍କ ପାଇଁ ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଅନେକ ଶୁଭ ସୁଯୋଗ ଆଣିପାରେ । କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ଆସିବା ସହ ପରିଶ୍ରମର ଉଚିତ ଫଳ ମିଳିପାରେ । ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବାର ଯୋଗ ରହିଛି । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଖବର ମିଳିପାରେ । ଚାକିରିଆଙ୍କ ପଦୋନ୍ନତି ସହ ନୂଆ ଦାୟିତ୍ୱ ମିଳିପାରେ । କାର୍ଯ୍ୟ ସମ୍ବନ୍ଧୀୟ ଯାତ୍ରାରୁ ଲାଭ ମିଳିବା ସହ କ୍ୟାରିୟରରେ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ ।
ତେବେ ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ବୁଧଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଏହି ୪ଟି ରାଶି ପାଇଁ ଶୁଭ ରହିପାରେ ।
