Sunday, September 13, 2026
28.7 C
Odisha

    ଯାତ୍ରୀବାହୀ ବସ ଭିତରେ ପଶିଲା ଷଣ୍ଢ: ଦୌଡ଼ି ପଳାଇଲେ ଚାଳକ ଓ କଣ୍ଡକ୍ଟର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜୟପୁରରେ ଗତ ସୋମବାର ରାତିରେ ହର୍ମରା ଥାନା ଅଞ୍ଚଳର ସିକର-ଜୟପୁର ରାଜପଥର ଟୋଡି ମୋଡ଼ରେ ଦୁଇଟି ଷଣ୍ଢ ମଧ୍ୟରେ ଲଢ଼େଇ ଲାଗିଥିଲା। ଲଢ଼େଇ କରିକରି ଷଣ୍ଢ ଦୁଇଟି ରାସ୍ତା ଉପରେ ଛିଡ଼ା ହୋଇଥିବାା ଏକ ସିଟି ବସ୍ ଭିତରକୁ ପଶି ଆସିଥିଲେ। ଉକ୍ତ ବସ ଭିତ‌ରେ ଥିବା ଯାତ୍ରୀମାନେ ଜୀବନ ବିକଳରେ ବସରୁ ଓହ୍ଲାଇ ଦୌଡ଼ିବାକୁ ଲାଗିଥିଲେ। ଏଥିସହିତ ଉକ୍ତ ବସର ଚାଳକ ଓ କଣ୍ଡକ୍ଟର ମଧ୍ୟ ବସ୍ ଛାଡି ଚାଲି ଯାଇଥିଲେ।ଫଳରେ ଉକ୍ତ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଯାତ୍ରୀମାନେ ଭୟରେ ଜୀବନ ବିକଳରେ ଝରକାରୁ ଡେଇଁ ପଡ଼ିଥିଲେ। ସେହିପରି ଚାଳକ ଏବଂ କଣ୍ଡକ୍ଟର ମଧ୍ୟ ବସ ଛାଡ଼ି ଦୌଡ଼ି ପଳାଇଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କୁ ବିଶେଷ କିଛି କ୍ଷତି ପହଞ୍ଚି ନାହିଁ। କିନ୍ତୁ ବସଟି କ୍ଷତିଗ୍ରସ୍ତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ