Tuesday, June 24, 2025
24.7 C
Odisha

    ଯୁଦ୍ଧ ପାଇଁ ବନ୍ଦ୍‌ ହୋଇଥିବା ଆଇପିଏଲ୍‌ ପୁଣି ଆଜିଠାରୁ ଆରମ୍ଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:  ଆଜିଠୁ ପୁଣି ବାଜିବ ଆଇପିଏଲ୍‌ ବିଗୁଲ। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁ ସପ୍ତାହକ ପାଇଁ ସ୍ଥଗିତ ହୋଇଥିଲା ଆଇପିଏଲ୍‌ଣ ୧୮ତମ ସଂସ୍କରଣ । ଏବେ ପୁଣିଥରେ ଫଟାଫଟ କ୍ରିକେଟ୍‌ର ରୋମାଞ୍ଚ ଫେରିଛି । ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା କେକେଆର୍‌ ପାଇଁ କର ବା ମର ସ୍ଥିତି ରହିବ । ମ୍ୟାଚ୍ ହାରିଲେ ପ୍ଲେ-ଅଫ୍ ଟିକେଟ୍ କଟିବା ଏକ ପ୍ରକାର ନିଶ୍ଚିତ ହେବ । ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛି ଆର୍‌ସିବି । ଦଳ ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଫ୍ଲେ-ଅଫ୍ ଟିକେଟ୍ କାଟିବ ଦଳ ।

    ସେପଟେ ମ୍ୟାଚ୍‌ରେ ବାଧକ ସାଜିପାରେ ବର୍ଷା । ସ୍ଥାନୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରେ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ, ପଏଣ୍ଟ ଭାଗ କରିବେ ଦୁଇ ଦଳ । ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ, ଆଇପିଏଲ୍‌ରେ ବାକି ଥିବା ୧୭ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ଏହାରି ଭିତରେ ଦର୍ଶକଙ୍କୁ ଦୁଇଟି ଡବଲ୍ ହେଡର ଅର୍ଥାତ ଗୋଟିଏ ଦିନରେ ଦୁଇଟି ମ୍ୟାଚ ଦେଖିବାକୁ ମିଳିପାରେ । ମେ’ ୮ ତାରିଖରେ ଧର୍ମଶାଳାରେ ପଞ୍ଜାବ କିଙ୍ଗସ୍‌ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଚାଲିଥିଲା ବେଳେ ହଠାତ୍ ଫ୍ଳଡଲାଇଟ୍ ବନ୍ଦ କରିଦିଆଯାଇଥିଲା । ପରେ ମ୍ୟାଚକୁ ଅଧାରୁ ବାତିଲ କରିଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    86 %
    2.6kmh
    100 %
    Mon
    25 °
    Tue
    25 °
    Wed
    32 °
    Thu
    33 °
    Fri
    31 °

    ସମ୍ବନ୍ଧିତ