Tuesday, April 21, 2026
29.4 C
Odisha

    ରତ୍ନଭଣ୍ଡାର କମିସନଙ୍କ ରିପୋର୍ଟ: ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର କମିସନଙ୍କ ରିପୋର୍ଟ ସାର୍ବଜନୀନ ହେବ କି ନାହିଁ ଏବେବି ଦ୍ଵନ୍ଦ ଜାରି ରହିଛି। ଓଡ଼ିଶା ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହୋଇଛି। ରାଜ୍ୟ ସରକାର ଦେଇଥିବା ଦୁଇଟି ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ ହେବ କି ନାହିଁ ସେନେଇ ଭିନ୍ନଭିନ୍ନ ତଥ୍ୟ ରହିଛି। ତେଣୁ ଏହା ଉପରେ ସ୍ପଷ୍ଟୀକରଣ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଆଜି କୋର୍ଟରେ ଶୁଣାଣି ବେଳେ ଆବେଦନକାରୀ ଦିଲ୍ଲୀପ ବରାଳ ପକ୍ଷ ରଖିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସଙ୍କ ରିପୋର୍ଟ ସାର୍ବଜନୀନ କରିବା ନେଇ ସରକାର ନୀରବ ରହିଛନ୍ତି। ରିପୋର୍ଟ ଉପଯୁକ୍ତ ସମୟରେ ବିଧାନସଭାରେ ଉପସ୍ଥାପିତ ନହେବାରୁ ଆଇନଜୀବୀ ଶ୍ରୀ ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।  

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    31 %
    2.3kmh
    96 %
    Mon
    30 °
    Tue
    42 °
    Wed
    43 °
    Thu
    43 °
    Fri
    44 °

    ସମ୍ବନ୍ଧିତ