Sunday, October 25, 2026
18.3 C
Odisha

    ବିଧାନସଭାର ଦିନିକିଆ ସ୍ଵତନ୍ତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତାକାଲି ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା କଡ଼ାକଡ଼ି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଜଗିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ଆଜି ବିଧାନସଭା ସୁରକ୍ଷା ତଦାରଖ କଲେ ପୋଲିସ କମିସନର । ଅତିରିକ୍ତ ପୋଲିସ କମିଶନରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସୁରକ୍ଷା ଯାଞ୍ଚ କରିଛନ୍ତି। କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବ। ଏଥିପାଇଁ ୧୦୦ ଅଫିସରଙ୍କ ସହ ଷ୍ଟ୍ରାଇକିଂ ଫୋର୍ସ, ଏସଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାଡ ଓ ଅଗ୍ନିଶମ ବାହିନୀ ମଧ୍ୟ ନିୟୋଜିତ ରହିବେ ।

    ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣୀ କରାଯିବା ସହ ବ୍ୟାରିକେଡିଂ କରାଯାଇଛି । ଲୋୟର ପିଏମଜିରେ ୧୪୪ ଧାରା ଜାରି କରାଯିବ। ସିସିଟିଭି ସର୍ଭେଲାନ୍ସ ଦ୍ବାରା ବିଧାନସଭା ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପୋଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.3 ° C
    18.3 °
    18.3 °
    68 %
    1.5kmh
    4 %
    Sun
    28 °
    Mon
    27 °
    Tue
    30 °
    Wed
    29 °
    Thu
    23 °

    ସମ୍ବନ୍ଧିତ