Saturday, September 19, 2026
24.7 C
Odisha

    ରାଜ୍ୟରେ ସରକାର ଗଠନ ପାଇଁ ବିଜେପି ବହୁଦିନ ହେବ ଦିନରେ ସ୍ବପ୍ନ ଦେଖୁଛି: ନବୀନ

    ଆଗକୁ ପଢନ୍ତୁ

    ଭାରତୀୟ ଜନତା ପାର୍ଟି ରାଜ୍ୟରେ ଏଥର ସରକାର ଗଠନ କରିବ ବୋଲି କହି ବୁଲୁଥିବା ବେଳେ ଆଜି ତାହାକୁ କଟାକ୍ଷ କରିଛନ୍ତି ବଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଭବାନୀପାଟଣାଠାରେ ଜନସଭାକୁ ସମ୍ଭୋଧିତ କରି ନୂଆପଡାକୁ ପ୍ରଚାର ପାଇଁ ଯିବା ସମୟରେ ନବୀନ ପଟ୍ଟନାୟକ ବିଜେପିକୁ କଟାକ୍ଷ କରିଛନ୍ତି। ବିମାନ ମଧ୍ୟରୁ ବିଜେପିର ସରକାର ଗଠନ କରିବା କଥାକୁ ନେଇ ନବୀନ ପଟ୍ଟନାୟକ କହିଛନ୍ତି ବହୁ ଦିନ ହେବ ବିଜେପି ରାଜ୍ୟରେ ସରକାର ଗଠନ କରିବା ପାଇଁ ଦିବା ସ୍ବପ୍ନ ଦେଖୁଛି।ଭବାନୀପାଟଣାରୁ ନୂଆପଡା ଯିବା ସମୟରେ ବିମାନ ମଧ୍ୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ କି ‘ସାର୍‌ ବିଜେପି କହୁଛି, ଏଥର ସେମାନେ ରାଜ୍ୟରେ ସରକାର ଗଠନ କରିବେ’।


    ପାଣ୍ଡିଆନ୍‌ଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ‘ଓଡ଼ିଶାରେ ସରକାର ଗଠନ ପାଇଁ ବିଜେପି ବହୁଦିନ ହେବ ଦିନରେ ସ୍ବପ୍ନ ଦେଖୁଛି’।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    88 %
    0.7kmh
    100 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ