Friday, October 2, 2026
25.2 C
Odisha

    ରାହୁଲ ଗାନ୍ଧୀଙ୍କ ପ୍ରତି ଅନୁରାଗ ଠାକୁରଙ୍କ ବିବାଦୀୟ ବୟାନ, କହିଲେ…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଜେଟ ପରେ ଲୋକସଭାରେ ଏନେଇ ଚାଲିଥିବା ଆଲୋଚନା ବେଳେ ବିଜେପି ସାଂସଦ ଅନୁରାଗ ଠାକୁର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପ୍ରତି ବିବାଦୀୟ ବୟାନ ଦେଇଛନ୍ତି। ଯାହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ବଜେଟ ଆଲୋଚନା ସମୟରେ ଅନୁରାଗ ଠାକୁର କହିଛନ୍ତି, ଯେଉଁମାନଙ୍କ ଜାତି ଜଣାନାହିଁ, ସେମାନେ ଜାତିଗତ ଜନଗଣନା କଥା କହୁଛନ୍ତି। ଅନୁରାଗ ଠାକୁରଙ୍କ ଏହି ବୟାନ ପରେ ବିରୋଧୀ ସାଂସଦମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ତେବେ ଅନୁରାଗ ଠାକୁର ନିଜ ଜବାବରେ କହିଛନ୍ତି ଯେ ସେ କାହାର ନାମ ନେଇନାହାନ୍ତି।
    https://x.com/INCIndia/status/1818241073627472378?t=4ht–x1QM403dQ_To1K9qw&s=19

    ତେବେ ଅନୁରାଗ ଠାକୁରଙ୍କ ଏପରି ବୟାନ ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆପଣମାନେ ମୋତେ ଯେତେ ଅପମାନିତ କରିବାର ଅଛି କରନ୍ତୁ। କିନ୍ତୁ ଆପଣମାନେ ଭୁଲନ୍ତୁ ନାହିଁ ଯେ ଆମେ ସଂସଦରେ ଜାତିଗତ ଜନଗଣନା ବିଲ୍‌ ପାସ୍‌ କରାଇବୁ। ଏହି ଦେଶରେ ଯିଏ ଦଳିତ, ପଛୁଆ ଓ ଆଦିବାସୀଙ୍କ କଥା କହୁଛି, ତାକୁ ଗାଳି ଗୁଲଜ ଶୁଣିବାକୁ ପଡିବ। ମୁଁ ଏହି ଗାଳିକୁ ଖୁସିରେ ଖାଇବି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ