Wednesday, September 30, 2026
30.2 C
Odisha

    ରିଲିଜ ହେଲା ଅଜୟ ଦେବଗାନଙ୍କ ଫିଲ୍ମ ‘ଆଜାଦ’

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗାନଙ୍କ ଫିଲ୍ମ ‘ଆଜାଦ’ ପ୍ରେକ୍ଷାଳୟକୁ ଆସିସାରିଛି। ତାଙ୍କ ପୁତୁରା ଅମନ୍ ଦେବଗାନ୍ ଏବଂ ରବୀନ ଟଣ୍ଡନଙ୍କ ଝିଅ ରାଶା ଥାଡାନି ଏହି ଚଳଚ୍ଚିତ୍ରରେ ଡେବ୍ୟୁ କରିଛନ୍ତି। ଏମାନଙ୍କ ବ୍ୟତୀତ ଅଭିନେତ୍ରୀ ଡାଏନା ପେଣ୍ଟି ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। ନିକଟରେ ଆଜାଦର ଟ୍ରେଲର ରିଲିଜ ହୋଇଥିଲା, ଯାହା ଅନେକ ହେଡଲାଇନ୍ ରେ ରହିଥିଲା। ବର୍ତ୍ତମାନ ଆଜାଦର ପ୍ରଥମ ଦିନର ବକ୍ସ ଅଫିସ୍ କଲେକ୍ସନ ସାମ୍ନାକୁ ଆସିଛି। ଯେଉଁଥିରେ ଅମନ ଦେବଗାନ୍ ଏବଂ ରାଶା ଥାଡାନୀଙ୍କ ଫିଲ୍ମର ଖରାପ ଅବସ୍ଥା ପ୍ରଥମ ଦିନରେ ହିଁ ଦେଖାଯାଉଛି।

    ସର୍ବଶେଷ ଆକଳନ ଅନୁଯାୟୀ ଆଜାଦ ଫିଲ୍ମ ମାତ୍ର ୧.୧୨ କୋଟି ଟଙ୍କାରେ ନିଜ ଖାତା ଖୋଲିଛି। ଅବଶ୍ୟ, ଏଗୁଡ଼ିକ କେବଳ ଚଳଚ୍ଚିତ୍ରର ଆନୁମାନିକ ଆକଳନ, ଆଗକୁ ଏହା ବଦଳି ମଧ୍ୟ ପାରେ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ଏକ ସହାୟକ ଭୂମିକା ଗ୍ରହଣ କରିଛନ୍ତି। ସେ ଲଗାତାର ଚାରୋଟି ଫ୍ଲପ୍ ଫିଲ୍ମ ଦେଇଛନ୍ତି। ଦୀର୍ଘ ସମୟ ଅପେକ୍ଷା ପରେ ଅଜୟଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।

    ଅମନ୍ ଦେବଗାନ୍ ଏବଂ ରାଶା ଥାଡାନୀଙ୍କ ଡେବ୍ୟୁ ବିଷୟରେ କହିବାକୁ ଗଲେ ସେମାନେ ଆଜାଦ ଫିଲ୍ମ ପାଇଁ ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସୁଛନ୍ତି। ନିକଟରେ ଏହି ଚଳଚ୍ଚିତ୍ରରୁ ‘ଉଇ ଆମ୍ମା’ ଗୀତ ରିଲିଜ ହୋଇଥିଲା, ଯାହାକୁ ଲୋକେ ଖୁବ ପସନ୍ଦ କରିଥିଲେ। ଏହି ଗୀତରେ ରାଶା ଥାଡାନିଙ୍କୁ ବହୁତ ସୁନ୍ଦର ଏବଂ ଗ୍ଲାମରସ୍ ଶୈଳୀରେ ଦେଖିବାକୁ ମିଳିଛି। ଏହା ସହିତ ଗୀତର ମ୍ୟୁଜିକ ମଧ୍ୟ ଭଲ ହୋଇଛି। ଏହି ଗୀତ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଏକ ନୂଆ ହିଟ୍ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.2 ° C
    30.2 °
    30.2 °
    61 %
    3kmh
    54 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ