Tuesday, April 7, 2026
26.1 C
Odisha

    ଶୀତଦିନେ ଦେହ ହାତ କୁଣ୍ଡାଇ ହେଉଥିଲେ ନିଶ୍ଚୟ ଆପଣାନ୍ତୁ ଏହି ଘରୋଇ ଉପଚାର

    ଆଗକୁ ପଢନ୍ତୁ

    କେବଳ ଖରାଦିନେ ନୁହେଁ ଶୀତଦିନେ ମଧ୍ୟ ଶରୀରରେ କୁଣ୍ଡିଆ ସମସ୍ୟା ଦେଖାଦେଇଥାଏ। ଖରାଦିନେ ଝାଳ ଯୋଗୁ ଦେହ ହାତ କୁଣ୍ଡାଇ ହେଉଥିବା ବେଳେ ଶୀତଦିନେ ଉଲ୍‌ବସ୍ତ୍ର ଯୋଗୁ ଏହି ଅସୁବିଧା ହୋଇଥାଏ। ମାତ୍ର କେତେକ ସହଜ ଟିପ୍ସ ଦ୍ୱାରା ଏହି ସମସ୍ୟାକୁ ଦୂରେଇ ହେବ। ଆସନ୍ତୁ ଜାଣିବା ଶୀତଦିନିଆ କୁଣ୍ଡିିଆରୁ ମୁକ୍ତି ପାଇବା ଉପାୟ

    ଆଲୋଭେରା ଜେଲ୍‌:

    ଶୀତଦିନେ ଦେହ କୁଣ୍ଡେଇ ହେଉଥିଲେ ଆଲୋଭେରା ଜେଲ୍‌ ଲଗାଇବା ଲାଭଦାୟକ ହୋଇଥାଏ। କୁଣ୍ଡିଆ ଓ ସଂକ୍ରମଣ ଦୂର କରିବାରେ ଏହା ସାହାଯ୍ୟ କରେ। ଯଦି ଆପଣଙ୍କ ପାଖରେ ଆଲୋଭେରା ଜେଲ ନାହିଁ ତେବେ ଘିକୁଆଁରୀକୁ କାଟି ତାହାର ରସ ମଧ୍ୟ ଲଗାଇପାରିବେ।

    ତୁଳସୀ ପତ୍ର:

    ତୁଳସୀ ପତ୍ରରେ ଆଣ୍ଟି ମାଇକ୍ରୋବଲ ଓ ଆଣ୍ଟି ଫ୍ଳେମିଙ୍ଗ୍‌ ଗୁଣ ରହିଛି। ଏହା କୁଣ୍ଡିଆରୁ ମୁକ୍ତି ଦେବାରେ ସାହାଯ୍ୟ କରେ। କୁଣ୍ଡେଇ ହେଉଥିବା ଜାଗାରେ ତୁଳସୀ ପତ୍ରକୁ ବାଟି ଲଗାଇବା ଦ୍ୱାରା ଆରାମ ମିଳେ।

    ଲେମ୍ବୁ:

    କୁଣ୍ଡିଆ ଯୋଗୁ ଶରୀରରେ ଦେଖାଦେଉଥିବା ନାଲିପଣ ଓ ଫୁଲା କମାଇବାରେ ଲେମ୍ବୁ ସାହାଯ୍ୟ କରେ। ଲେମ୍ବୁରେ ଥିବା ସାଇଟ୍ରିକ୍‌ ଓ ଏସିଟିକ୍‌ ଏସିଡି ଜର୍ମ ମାରିବାରେ ସାହାଯ୍ୟ କରେ। କୁଣ୍ଡେଇ ହେଉଥିବା ସ୍ଥାନରେ ତୁଳାରେ ଳେମ୍ବୁରସ ନେଇ ଲଗାଇବା ଲାଭଦାୟକ ହୋଇଥାଏ।
    ନିମ:

    ନିମ ପତ୍ରକୁ ବାଟି କୁଣ୍ଡିଆ ସ୍ଥାନରେ ଲଗାନ୍ତୁ। ତୁରନ୍ତୁ ଆରାମ ମିଳିବ। ଆପଣ ଚାହିଁଲେ ଗରମ ପାଣିରେ ନିମ ପତ୍ରକୁ ଫୁଟାଇ ସେହି ପାଣିରେ ଶରୀରକୁ ଧୋଇ ପାରିବେ କିମ୍ବା ଗାଧୋଇ ମଧ୍ୟ ପାରିବେ।

    ନଡ଼ିଆ ତେଲ:

    ଶୀତଦିନେ ଶରୀରର କୁଣ୍ଡିଆ ଦୂର କରିବାକୁ ନଡ଼ିଆ ତେଲ ବ୍ୟବହାର କରନ୍ତୁ। ନଡ଼ିଆ ତେଲରେ ଥିବା ଏସିଡ୍‌ ଆଣ୍ଟିଇଂଫ୍ଲେମେଟୋରୀ ଓ ଆଣ୍ଟିମାଇକ୍ରୋବିୟଲ ଗୁଣରେ ଭରପୁର ଥାଏ। ଯାହା ତୁରନ୍ତ କୁଣ୍ଡିଆ ଭଲ କରେ।

    ବେକିଂ ସୋଡ଼ା:

    ଶରୀରର କୁଣ୍ଡିଆ ଭଲ କରିବାକୁ ବେକିଂ ସୋଡ଼ା ମଧ୍ୟ ବ୍ୟବହାର କରିପାରିବେ। ଉଷୁମ ପାଣିରେ ବେକିଂ ପାଉଡର ମିଶାଇ ଗାଧୋଇବା ଦ୍ୱାରା କୁଣ୍ଡିଆ ଦୂର ହୋଇଥାଏ। ଆପଣ ଚାହିଁଲେ ଏହି ପାଣିକୁ ବାଥ୍‌ ଟବ୍‌ରେ ଭରି ସେଥିରେ କିଛି ସମୟ ବସି ମଧ୍ୟ ପାରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ