Wednesday, September 16, 2026
30.2 C
Odisha

    ସଂସଦରେ ଆଗତ ହେଲା ନୂଆ ଆୟକର ବିଲ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନୂଆ ଆୟକର ବିଲ୍ ଗୁରୁବାର ଲୋକସଭାରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଏହି ବିଲ୍ ଆଗତ କରିଛନ୍ତି। ଏହା ପୂର୍ବରୁ ୨୦୨୫ ଫେବ୍ରୁଆରି ୭ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଥିଲା। ଏହି ନୂତନ ଆଇନ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନର ସ୍ଥାନ ନେବ ଏବଂ ଟିକସ ବ୍ୟବସ୍ଥାକୁ ସରଳ, ଅଧିକ ସ୍ୱଚ୍ଛ ଏବଂ ଅଧିକ ପ୍ରଭାବଶାଳୀ କରିବ ।

    ଏହି କମିଟି ପରବର୍ତ୍ତୀ ଅଧିବେଶନର ପ୍ରଥମ ଦିନଲୋକସଭାରେ ନିଜର ରିପୋର୍ଟ ଉପସ୍ଥାପନ କରିବ। ବିଲ୍ ଉପସ୍ଥାପିତ ହେବା ପରେ ଗୃହକାର୍ଯ୍ୟ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଶୁକ୍ରବାର (ଫେବ୍ରୁଆରି ୭) କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନୂଆ ଆୟକର ବିଲ୍ କୁ ଅନୁମୋଦନ ମିଳିଥିଲା।

    ତୃଣମୂଳ କଂଗ୍ରେସର ସୌଗତ ରାୟଙ୍କ ସମେତ କିଛି ବିରୋଧୀ ସଦସ୍ୟ ଏହି ବିଲକୁ ଗୃହରେ ଆଗତ କରିବାକୁ ବିରୋଧ କରିଥିଲେ। ସଦସ୍ୟଙ୍କ ଆପତ୍ତି ମଧ୍ୟରେ ଅର୍ଥମନ୍ତ୍ରୀ ଏହି ବିଲ୍ ଗୃହରେ ଉପସ୍ଥାପନ କରିବା ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏହାକୁ ଗୃହର ସିଲେକ୍ଟ କମିଟିକୁ ପଠାଇବାକୁ ଅନୁରୋଧ କରିଥିଲେ।
    ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ ତାରିଖରେ ବଜେଟ୍ ଅଭିଭାଷଣରେ ଏହି ନୂଆ ବିଲ୍ ଘୋଷଣା କରିଥିଲେ। ୬ ଦଶନ୍ଧି ପୁରୁଣା ଆୟକର ଆଇନ ୧୯୬୧ର ସ୍ଥାନ ନେଉଥିବା ନୂଆ ଆୟକର ବିଲ୍ ପ୍ରତ୍ୟକ୍ଷ ଟିକସ ଆଇନକୁ ପଢ଼ିବା ଓ ବୁଝିବା, ଅସ୍ପଷ୍ଟତା ଦୂର କରିବା ଏବଂ ମାମଲାକୁ ହ୍ରାସ କରିବାରେ ସହଜ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.2 ° C
    30.2 °
    30.2 °
    68 %
    1.2kmh
    57 %
    Wed
    30 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ