Wednesday, October 14, 2026
24.1 C
Odisha

    ଜାତିଭେଦଭାବ ମୁକ୍ତ ସମାଜ’ର ପ୍ରତୀକ ଥିଲେ “ସନ୍ଥ ଶିରୋମଣି ଗୁରୁ ରବି ଦାସ” : ସୁଶାନ୍ତ କୁମାର ମଲ୍ଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୩/୦୨: ଆଧ୍ୟାତ୍ମିକବାଦୀ କବି ସନ୍ଥ ଶିରୋମଣି ଗୁରୁ ରବି ଦାସ ୧୫ ରୁ ୧୬ତମ ଶତାଦ୍ଦୀର ଜାତିଭେଦଭାବ ମୁକ୍ତ ସମାଜର ପ୍ରତୀକ ଥିଲେ । ଆଧ୍ୟାତ୍ମିକ ଏବଂ ଭକ୍ତି ମାର୍ଗରେ ଚାଲିବା ସମୟରେ ସନ୍ଥ ରବି ଦାସ କର୍ମ ଉପରେ ବହୁ ଗୁରୁତ୍ୱ ଦେଉଥିଲେ ବୋଲି ଅନୁସୂଚୀତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁଶାନ୍ତ କୁମାର ମଲ୍ଲିକ କହିଛନ୍ତି ।
    ସନ୍ଥ ଶିରୋମଣି ଗୁରୁ ରବି ଦାସଙ୍କ ୬୪୮ ତମ ଜୟନ୍ତୀ ଅବସରରେ ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚା ତରଫରୁ ଗତ କାଲି ଭୁବନେଶ୍ୱର ଷ୍ଟେସନ ବଜାର ସ୍ଥିତ ମୋଚି ସାହିରେ ଆୟୋଜିତ ସଭାରେ ଯୋଗ ଦେଇ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ରବି ଦାସ ଜଣେ ମହାନ ସନ୍ଥ କବି, ସାମଜ ସଂସ୍କାରକ ଏବଂ ଭଗବାନଙ୍କ ଅନୁଗାମୀ ଥିଲେ । ଗୁରୁ ରବି ଦାସ କୁହନ୍ତି “ଶ୍ରମ କଇ ଇଶ୍ୱର ଜାନି କେ, ଯଉ ପୂଜହୀ ଦିନ ରେନ; ରବୀଦାସ ତିଂହସୀ ସଂସାର ମହ, ସଦା ମିଲହି ସୁଖ ଚେନ” । ଅର୍ଥାତ୍ କର୍ମକୁ ଇଶ୍ୱର ମାନି ଦିନ ରାତି କର୍ମ କରୁଥିବା ବ୍ୟକ୍ତିଙ୍କୁ ସଂସାରର ସମସ୍ତ ସୁଖ ପ୍ରାପ୍ତ ହୁଏ । ସେ କେବେ ନିଜ କୌଳିକ ବୃତି ‘ଚମଡା ବ୍ୟବସାୟ’ କୁ ଛାଡିନଥିଲେ ଏବଂ କର୍ମର ଗୁରୁତ୍ୱ ପ୍ରସାର କରି କହୁଥିଲେ “କର୍ମ ହେଉଛି ସବୁଠାରୁ ବଡ ଉପାସନା” । ଗୁରୁ ରବି ଦାସ ଭେଦଭାବ ମୁକ୍ତ ସମାଜର ପରିକଳ୍ପନା କରିଥିଲେ । ଏଥିଲାଗି ନିଜ କବିତାରେ ସେ ବେଗମ୍‌ପୁର ସହର ବିଷୟରେ ବର୍ଣ୍ଣନା କରିଥିଲେ । ଯେଉଁଠି ଭୟ, କଷ୍ଟ, ଭେଦଭାବ ଓ ଜାତିବାଦର କୌଣସି ସ୍ଥାନ ନାହିଁ ।
    ଆଜିର ଯୁଗରେ ଆମର ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସତ୍ ବିଚାରରେ ସନ୍ଥ ରବି ଦାସଜୀଙ୍କ ବାଣୀକୁ ଜନମାନସର ସେବାରେ ନିରନ୍ତର ଚରିତାର୍ଥ କରୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସହିତ ପ୍ରତ୍ୟେକ ନାଗରିକ ବିନା ଜାତି ଓ ଧାର୍ମିକ ଭେଦଭାବରୁ ଲାଭାର୍ଥୀ ହୋଇଛନ୍ତି । ଆଜି ସମସ୍ତ ନାଗରିକଙ୍କ କର୍ତବ୍ୟ ହେଉଛି ସମ୍ମିଳିତ ଭାବେ ଏପରି ସମାଜ ଓ ରାଷ୍ଟ୍ରର ନିର୍ମାଣ କରନ୍ତୁ ଏବଂ ସନ୍ଥ ରବି ଦାସ ଜୀଙ୍କର ସତ୍ ସାଥୀ ବନିବାର ଯୋଗ୍ୟ ହୁଅନ୍ତୁ । କ୍ଷେତ୍ରୀୟ ଓ ରାଜ ପରିବାରରେ ଜନ୍ମ ହୋଇଥିବା ମୀରା ବାଇ ପଛୁଆ ବର୍ଗରେ ଜନ୍ମ ହୋଇଥିବା ସନ୍ଥ ରବି ଦାସଙ୍କୁ ନିଜ ଗୁରୁ ମାନିବା ଏକ ଐତିହାସିକ ପଦକ୍ଷେପରୁ କମ୍ ନୁହେଁ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ସମ୍ବିଧାନ ସ୍ରଷ୍ଟା ଡ.ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଓ ଭାରତୀୟ ସମ୍ବିଧାନ ଉପରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଆଲୋକପାତ କରିଥିଲେ ।
    ଏହି ଅବସରରେ ରାଜ୍ୟ ଅନୁସୂଚୀତ ଜାତିମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମନୋଜ ବେହେରା, ସାଧାରଣ ସମ୍ପାଦକ ଚନ୍ଦନ ସ୍ୱରାଜ, ସମ୍ପାଦକ ଜଗନ୍ନାଥ ବେହେରା, ମଧୁସ୍ମିତା ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ