Friday, September 18, 2026
26.3 C
Odisha

    ସକାଳୁ ଖାଳି ପାଦରେ ଘାସରେ ଚାଲିବାର ରହିଛି ଜବରଦସ୍ତ ଫାଇଦା

    ଆଗକୁ ପଢନ୍ତୁ

    ସକାଳୁ ଖାଳି ପାଦରେ ଘାସରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଭଲ। ତେବେ ଆସନ୍ତୁ ଜାଣିବା ସକାଳର କିଛି ସମୟ ଖାଲି ପାଦରେ ଘାସ ଉପରେ ଚାଲିଲେ ଆମେ ନିଜକୁ କେତେ ସୁସ୍ଥ ରଖିପାରିବା।

    ମସ୍ତିଷ୍କ କୁ ଶାନ୍ତ ରଖେ: ସକାଳର ଶାନ୍ତ ପରିବେଶ, ସତେଜ ପବନ ଓ ହାଲୁକା ସୂର୍ଯ୍ୟ କିରଣ ଉତ୍ତେଜିତ ମସ୍ତିଷ୍କକୁ ଶାନ୍ତ ରଖେ। ଦିନସାରା କାମ କରିବା ପାଇଁ ଅପୂର୍ବ ଶକ୍ତି ଯୋଗାଏ।

    ହାଡ଼ ଶକ୍ତ କରେ: ପ୍ରଥମେ ଏହା ଆମ ଶରୀରର ହାଡ଼କୁ ଶକ୍ତ ରଖେ। ଏହାସହ ଆର୍ଥ୍ରାଇଟିସ୍‌ ପରି ସମସ୍ୟା ହେବାର ଆଶଙ୍କା କମ କରେ। ସକାଳୁ ଚାଲିବାଦ୍ୱାରା ଆମେ ସୂର୍ଯ୍ୟକିରଣରୁ ଭିଟାମିନ୍‌ ‘ଡି’ ମଧ୍ୟ ଉତ୍ତମ ରୂପେ ପାଇଥାଉ। ଯାହା ଆମ ଶରୀର ପାଇଁ ଖୁବ୍‌ ଜରୁରୀ।

    ଶକ୍ତି ପ୍ରଦାନ କରେ: ସକାଳେ ଖାଲି ପାଦରେ ଘାସରେ ଚାଲିଲେ ଆମକୁ ଶକ୍ତି ମିଳେ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏପରି କରିବା ସମୟରେ ଆମ ଶରୀର ସକାଳର ସୂର୍ଯ୍ୟ କିରଣରୁ ଦରକାରୀ ଶକ୍ତି ଯାହା ଆମକୁ ଦିନ ସାରା ଫୂର୍ତ୍ତି ଓ ସତେଜ ରଖିବାରେ ସାହାଯ୍ୟ କରେ। ଶରୀର ମାଂସପେଶୀକୁ ଶକ୍ତ ଓ ଶିରାପ୍ରଶିରାକୁ ସୁସ୍ଥ ରଖେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    84 %
    0.4kmh
    100 %
    Fri
    27 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ